ରାଜସ୍ଥାନରେ ମହିଳାଙ୍କୁ ବିକ୍ରି!

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଗୁଡ଼ାରୀ ଥାନା ଗ୍ରାହିବନ୍ଧ ଗାଁର ଜଣେ ମହିଳାଙ୍କୁ ରାଜସ୍ଥାନରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏସ୍ପିଙ୍କ ନିକଟରେ ଏଭଳି ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ୱାମୀ ତରଗା ମାଝି । କେବଳ ତାଙ୍କ ସ୍ତ୍ରୀ ନୁହନ୍ତି, ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ପଞ୍ଚାୟତର ୫ ଜଣ ମହିଳାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ରାଜସ୍ଥାନରେ ବିକ୍ରି କରାଯାଇଥିବା ଜଣାଇଛନ୍ତି ।
ଗ୍ରାହିବନ୍ଧ ଗାଁର ତରଗାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ତ୍ରୀ ସୁକୁମାରୀ ମାଝି(୩୬) ଗତ ଅଗଷ୍ଟ ୧୧ ତାରିଖରୁ ନିଖୋଜ ଅଛନ୍ତି । ବହୁଦିନ ଧରି ଖୋଜିବା ପରେ ବି ପତ୍ତା ପାଇଲେନି । ଗତ ୩ ତାରିଖରେ ଏ ସଂପର୍କରେ ସେ ଗୁଡ଼ାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବି ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଗଲାନି । ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ହେବାପରେ ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚି ଏସପିଙ୍କୁ ଭେଟି ଅଭିଯୋଗ ଦାଖଲ କରିଛନ୍ତି । ଶିରିଗୁଡ଼ାର ଜଣେ ମହିଳା ଓ ଜଣେ ପୁରୁଷ ମାନବଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି । କେବଳ ଶିରିଗୁଡ଼ା ପଂଚାୟତରୁ ୫ ଜଣ ମହିଳାଙ୍କୁ ନେଇ ସେମାନେ ରାଜସ୍ଥାନରେ ବିକ୍ରି କରିଥିବା ଏସ୍ପିଙ୍କୁ ଜଣାଇଛନ୍ତି । ଲକ୍ଷାଧିକ ଟଙ୍କାରେ ମହିଳାମାନଙ୍କୁ ବିକ୍ରି କରାଯାଉଥିବା ବେଳେ ପୁଲିସ ନିକଟରେ ଏହାର କୌଣସି ସୂଚନା ନଥିବା କହିଛନ୍ତି ତରଗା । ଏସପିଙ୍କୁ ସମସ୍ତ କଥା ଜଣାଇବା ସହ ଦୁଇଜଣଙ୍କ ନାଁ ପ୍ରଦାନ କରିଛନ୍ତି । ସେହି ଦୁଇଜଣଙ୍କୁ ପୁଲିସ ଜେରା କଲେ ସବୁକଥା ଲୋକଲୋଚନକୁ ଆସିବ ବୋଲି କହିଛନ୍ତି । ଏହାର ତଦନ୍ତ କରାଯାଇ ବିକ୍ରି କରାଯାଇଥିବା ମହିଳାଙ୍କୁ ଉଦ୍ଧାର କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଏସ୍ପି ବିବେକାନନ୍ଦ ଶର୍ମା ପ୍ରତିଶ୍ରୁତି ଦେଇଥିବା ତରଗା କହିଛନ୍ତି । ରାୟଗଡ଼ା ଭଳି ଏକ ଆଦିବାସୀବହୁଳ ଜିଲ୍ଲାରୁ ମହିଳାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରିବା ଏବଂ ସେଠାରେ ବିକ୍ରି କରାଯିବା ଭଳି ଘଟଣା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଏସ୍ପି ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇ ଏହାପଛରେ କାର୍ଯ୍ୟ କରୁଥିବା ରାକେଟ୍କୁ ଧରିବାଲାଗି ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons