ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଲୁମିନି ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ‘ପୂୂର୍ବୋଦୟ’ର କଳ୍ପନା କରିଛନ୍ତି । ଯାହାର କେନ୍ଦ୍ରବିନ୍ଦୁ ଓଡ଼ିଶା ରହିଛି । ମାତ୍ର ‘ପୂୂର୍ବୋଦୟ’ର ସ୍ୱପ୍ନକୁ ସାକାର କରିବା ପାଇଁ ଯୁବପିଢିଙ୍କୁ ଗୁଣାତ୍ମକ ଶିକ୍ଷା ସହ ଉଚ୍ଚଶିକ୍ଷା ପାଇଁ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ କରିବା ନିହାତି ଜରୁରି ବୋଲି ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଲୁମିନି ପକ୍ଷରୁ ଆୟୋଜିତ “ଉଚ୍ଚଶିକ୍ଷା କ୍ଷେତ୍ରରେ କ୍ୟାଲିଟି, କ୍ୱାଣ୍ଟିଟି ଏବଂ ଇକ୍ୱିଲିଟି’ ଶୀର୍ଷକ ୱେବିନାରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡ଼ିଓ ବାର୍ତ୍ତା ଯୋଗେ କହିଛନ୍ତି ।
ଆଲୁମିନି ସଭାପତି ଡ.ଅଭିମନୁ୍ୟ ମିଶ୍ରଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଅନୁÂିତ ୱେବିନାରରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଡ.ଦୁର୍ଗାପ୍ରସନ୍ନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ଡ.ଉମାବଲ୍ଲଭ ମହାପାତ୍ର ଭର୍ଚୁଆଲରେ ଯୋଡି ହୋଇ ସ୍ୱାଗତ ବକ୍ତବ୍ୟ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ପଶ୍ଚିମ ଓଡ଼ିଶାର ଏହି ସର୍ବପୁରାତନ ଶିକ୍ଷାନୁÂାନ ୧୯୪୪ମସିହାରୁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି । ପ୍ରଥମେ ମହାବିଦ୍ୟାଳୟ ପରେ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଏବେ ବିଶ୍ୱବିଦ୍ୟାଳୟରେ ପ୍ରତିÂିତ ହେବା ସହ ଏହାକୁ ୟୁଜିସି ପକ୍ଷରୁ ମାନ୍ୟତା ଦିଆଯାଇଛି । ଏହା ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସହାୟକ ହେବ । ରାଜେନ୍ଦ୍ର ବିଶ୍ୱବଦ୍ୟାଳୟ ପଶ୍ଚିମ ଓଡିଶାର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି ଓ ଆଗାମୀ ଦିନରେ ଅନେକ ରାସ୍ତା ଚାଲିବା ସଂକଳ୍ପ ପଥରେ ଅଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ଭର୍ଚୁଆଲରେ ଯୋଗଦେଇ ରାଜେନ୍ଦ୍ର କଲେଜ ଆଲୁମିନିକୁ ପ୍ରଶଂସା କରିଥିଲେ । ଗତକିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟ ପାଇଁ ସମସ୍ତ ସହାୟତା ଘୋଷଣା କରିଥିଲେ । ତାଙ୍କ ଫୋକସରେ ଏହି ଶିକ୍ଷାନୁÂାନ ରହିଛି । ଏଣୁ ବିଶ୍ୱବିଦ୍ୟାଳୟର ଉନ୍ନତିରେ କୌଣସି ସମସ୍ୟା ନାହିଁ । ଆଉ ଯାହା ସବୁ ସମସ୍ୟା ରହିଛି ତାହା ଆଲୋଚନା ମାଧ୍ୟମରେ ସମାଧାନ କରିହେବ ବୋଲି କହିଥିଲେ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର , ପ୍ରଫେସର ସଂଜୟ ସିଂ,ପ୍ରଫେସର ଡ.ଉମାଚରଣ ପତି, ଡ.ସନ୍ତୋଷ ରଥ, ଆଇନଜୀବୀ ଭବାନୀ ଶତପଥି ବକ୍ତବ୍ୟ ରଖିଥିଲେ । ଆଇନଜୀବୀ ରତନ ମହାରଣା ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons