ରେଳ ଧାରଣାରୁ ମାଉସୀ-ପୁତୁରାଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ବଇଣ୍ଡା,(ବି.ବି.ନୁ୍ୟଜ): ସମ୍ବଲପୁର-ଅନୁଗୁଳ ଟ୍ରେନ୍ ଲାଇନ୍ର କିଶୋରନଗର ବ୍ଳକ୍ ତଥା ହଣ୍ଡପା ଥାନା ଇଲାକା ଜାମୁନାଳି ନିକଟରୁ ରବିବାର ସକାଳେ ଜଣେ ଯୁବକ ଓ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ରେଲୱେ ଫାଣ୍ଡି ପୁଲିସ ଉଦ୍ଧାର କରିଛି । ମୃତ ମହିଳା ଓ ଯୁବକ ଚିହ୍ନଟ ହୋଇଥିବା ବେଳେ ବ୍ୟବଚ୍ଛେଦ ପରେ ଉଭୟଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ମୃତ ଯୁବକ ଠାକୁରଗଡ଼ ଥାନା ପାଇକସାହି ଗ୍ରାମର ସୁବାସ ନାୟକ (୧୯) ଓ ମହିଳା ଜଣକ ତାଙ୍କର ସମ୍ପର୍କୀୟ ମାଉସୀ ଟାଇଁସି ଗ୍ରାମ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମର ବାସନ୍ତୀ ଗଡ଼ନାୟକ (୪୦) ବୋଲି ଜଣାପଡ଼ିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାସନ୍ତୀ ଓ ସୁବାସ ଚାରି ଦିନ ତଳୁ ଘରୁ ପଳାଇ ଆସିଥିଲେ । ଉଭୟ ଜରପଡ଼ା ଥାନାର ବକଳାପିତାଚରି ଗ୍ରାମରେ ରହିଥିଲେ । ଗତକାଲି ଦିନତମାମ୍ ଜରପଡ଼ା ଛକ ଇଲାକାରେ ବୁଲାବୁଲି କରିଥିଲେ । ବିଳମ୍ବିତ ରାତିରେ ଜାମୁନାଳି ଗାଁ’ ପାଖକୁ ଆସିଥିଲେ । ସାଙ୍ଗରେ ନେଇ ଆସିଥିବା ଖାଦ୍ୟ ଖାଇବା ସହ ଉଭୟ ବିଳମ୍ବିତ ରାତିରେ କୌଣସି ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିବା ସନେ୍ଦହ କରାଯାଉଛି । ଆଜି ସକାଳେ ସ୍ଥାନୀୟ କେତେକ ଗୋରୁ ଚରାଳି ରେଳ ଧାରଣାରେ ଦୁଇ ଦୁଇଟି ମୃତଦେହ ପଡ଼ିଥିବା ଦେଖି ବଇଣ୍ଡା ରେଲୱେ ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ । ଫାଣ୍ଡି ପୁଲିସ ଏ ସଂକ୍ରାନ୍ତରେ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ତେବେ କେଉଁ କାରଣରୁ ଉଭୟ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ ରେଲୱେ ପୁଲିସ ଅନୁସନ୍ଧାନ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons