ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଦେଲେ ଶିକ୍ଷକ ସ୍ୱାମୀ

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କ ତଣ୍ଟିି କାଟିଦେଇଛନ୍ତି ତାଙ୍କ ଶିକ୍ଷକ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବ(୩୦)ଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ନୃଶଂସ ସ୍ୱାମୀ ପ୍ରଦୀପ ପଣ୍ଡାକୁ ସ୍କୁଲର ଅନ୍ୟ ଶିକ୍ଷକ ଓ ଗ୍ରାମବାସୀ କାବୁ କରି ପୁଇଁତଳା ପୁଲିସର ଜିମା ଦେଇଛନ୍ତି ।
ସୂଚନା ଅନୁସାରେ, ଆହତ ଶିକ୍ଷୟିତ୍ରୀ ସଞ୍ଜୁରାଣୀଙ୍କ ଘର ବରଗଡ଼ ଜିଲ୍ଲା ବରଗାଁରେ । ସେ ୧୪ ମାସ ତଳେ ଆଗଲପୁର ବନ୍ଧବାହାଲିର ପ୍ରଦୀପଙ୍କୁ ବିବାହ କରିଥିଲେ । ହେଲେ ବିବାହର ମାତ୍ର ପାଞ୍ଚ ଦିନ ପରେ ସ୍ୱାମୀ ଓ ଶାଶୂଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ନିର୍ଯାତନା ଧୀରେ ଧୀରେ ଅସହ୍ୟ ହେବାରୁ ସେ ଶାଶୂ ଘରୁ ଚାଲିଆସିବା ସହ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ପୁଇଁତଳା ଦୁର୍ଗାପାଲିରେ ରହି ସଂସ୍କୃତ ଶିିକ୍ଷୟିତ୍ରୀ ଭାବେ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ତାଙ୍କ ସ୍ୱାମୀ ଆକ୍ରମଣକାରୀ ପ୍ରଦୀପ ମଧ୍ୟ ଟିଟିଲାଗଡ଼ର ଏକ ସ୍କୁଲରେ ସଂସ୍କୃତ ଶିକ୍ଷକ ଅଛନ୍ତି । ଡିଭୋର୍ସ ଫାଇଲ୍ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଆଜି ହଠାତ୍ ପ୍ରଦୀପ ଦୁର୍ଗାପାଲି ସ୍କୁଲରେ ପହଞ୍ଚିି ସଞ୍ଜୁରାଣୀଙ୍କ ସହ କଥା ହେବାକୁ ଡାକିଥିଲେ । ହେଲେ ସେ ମନା କରିଦେବାରୁ କମନ୍ ରୁମ୍କୁ ପଶିଆସିଥିଲେ । ସେଠାରେ ଥିବା ସମସ୍ତ ଶିକ୍ଷକଙ୍କୁ ଛୁରି ଦେଖାଇ ଭୟଭୀତ କରିଥିଲେ । ଏହାପରେ ସଞ୍ଜୁରାଣୀଙ୍କ ଚୁଟିକୁ ଧରି ଘୋଷାଡ଼ି ଆଣି ଛୁରିରେ ତାଙ୍କ ଗଳା କାଟିଦେଇଥିଲେ । କୌଶଳକ୍ରମେ ଅନ୍ୟ ଶିକ୍ଷକ ଏବଂ ସ୍ମାଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଥିବା କିଛି ଗ୍ରାମବାସୀ ତାଙ୍କୁ କାବୁ କରିନେଇଥିଲେ । ଗଛରେ ବାନ୍ଧିଦେବା ସହ ପୁଲିସ୍କୁ ଖବର ଦେଇଥିଲେ । ତାଙ୍କଠାରୁ ପେଟ୍ରୋଲ ଏବଂ ଲୁହା ଚେନ ମଧ୍ୟ ଜବତ କରାଯାଇଥିଲା । ପତ୍ନୀ ସଞ୍ଜୁରାଣୀଙ୍କୁ ବାରମ୍ୱାର ମାଡ଼ ମାରିବା ସହ ଆଜି ହତ୍ୟା ଉଦ୍ୟମ କରିଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ତାକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁÂାନ ନେବା ସହ ଚାକିରିରୁ ବହିଷ୍କାର କରିବା ପାଇଁ ସଞ୍ଜୁରାଣୀ ଦାବି କରିଛନ୍ତି । ସ୍ୱାମୀ-ସ୍ତ୍ରୀ କଳହର ଏପରି ନୃଶଂସ କାଣ୍ଡ ସମସ୍ତଙ୍କୁ ଚକିତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons