ଶିବ ହିଁ ଏକମାତ୍ର ହତ୍ୟାକାରୀ!

Get real time updates directly on you device, subscribe now.

ମାହାଙ୍ଗା,(ବି.ବି.ବୁ୍ୟରୋ): ମାହାଙ୍ଗା କୁସୁପୁର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଶିବ ପ୍ରସାଦ ସାହୁର ରିମାଣ୍ଡ ଆଜି ଶେଷ ହୋଇଛି । ଆସନ୍ତାକାଲି ଶିବକୁ କୋର୍ଟରେ ହାଜର କରାଯିବା ସହ ଆବଶ୍ୟକ ପଡିଲେ ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ଆଣିବାର ସମ୍ଭାବନା ରହିଛି । ତେବେ ଆଜି ତୃତୀୟ ତଥା ଶେଷ ଦିନରେ ଅଭିଯୁକ୍ତ ଶିବକୁ ଧରି ପୁଲିସ ଯାଜପୁର ଯାଇଥିଲା । ହତ୍ୟାକାଣ୍ଡ ପୂର୍ବରୁ କଟୁରିକୁ ଧାର କରିବାକୁ ଶିବ ବାଲିଚନ୍ଦ୍ରପୁର ବଜାରକୁ ଯାଇଥିଲା । ତେବେ ଏଠାକୁ ଯାଇ ପୁଲିସ ସମ୍ପୃକ୍ତ ଦୋକାନୀଙ୍କୁ ପଚରାଉଚରା କରିଛି ।
କୁସୁପୁର ହତ୍ୟାକାଣ୍ଡକୁ ପାଞ୍ଚ ଦିନି ବିତିଛି । ହତ୍ୟାକାରୀ ଶିବ ପ୍ରସାଦ ସାହୁ ପୁଲିସ କବ୍ଜାରେ ରହିଥିଲେ ମଧ୍ୟ ହତ୍ୟାକାଣ୍ଡ ପଛର ରହସ୍ୟକୁ ଭେଦି ପାରୁନାହିଁ ପୁଲିସ । ସେହି ଗୋଟିଏ ପ୍ରଶ୍ନ ଏବେ ବି ସମସ୍ତଙ୍କ ମନରେ ରହିଛି- ଏକୁଟିଆ ଶିବ ପାଞ୍ଚ ଜଣଙ୍କୁ କେମିତି ମାରିଲା? ପୁଲିସ ମଧ୍ୟ ଏ ଦିଗରେ ତଦନ୍ତ କରୁଥିଲେ ମଧ୍ୟ ଏବେ ସୁଦ୍ଧା ଆଉ କାହାର ସମ୍ପୃକ୍ତି ଥିବା ପ୍ରମାଣ ପାଇପାରୁନାହିଁ । ଫଳରେ ଶିବ ଏକାକି ଏହି ଗଣହତ୍ୟା କରିଥିବା କହୁଛି । ଯଦିଓ ଏବେ ସୁଦ୍ଧା ପୋଷ୍ଟମର୍ଟମ୍, ସାଇଣ୍ଟିଫିକ୍ ଓ ଫରେନସିକ୍ ରିପୋର୍ଟ ଆସିନାହିଁ ତେଣୁ ପୁଲିସ ଅନ୍ଧାରରେ ବାଡ଼ି ବୁଲାଇ ଶିବକୁ ଏକମାତ୍ର ଅଭିଯୁକ୍ତ ଦର୍ଶାଇବାକୁ ଉଦ୍ୟମ ଆରମ୍ଭ କରିଛି ।
ବଡ଼ଭାଇ ପରିବାରର ୫ଜଣଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଶିବକୁ ଗୁରୁବାର ରିମାଣ୍ଡରେ ଆଣିଥିଲା ମାହାଙ୍ଗା ଥାନା ପୁଲିସ । ପ୍ରଥମଦିନ ଗୋଡ଼ ଯନ୍ତ୍ରଣା କହି ପୁଲିସକୁ ସହଯୋଗ କରିନଥିଲା ଶିବ । ଶୁକ୍ରବାର ଦ୍ୱିତୀୟ ଦିନରେ ଶିବକୁ ନେଇ କୁସୁପୁର ପୈତୃକ ଘରକୁ ଯାଇ ପୁଲିସ ସିନ୍ ରିକ୍ରିଏସନ୍ କରିଥିଲା । ଶିବ କେମିତି ହତ୍ୟା କରିଥିବା ଟିକିନିଖି ପୁଲିସକୁ କହିଥିଲା । ଆଜି ତୃତୀୟ ଦିନରେ ଆନୁସଙ୍ଗିକ କିଛି ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ ଉଦ୍ୟମ କରିଥିଲା । ଶିବ ଯେଉଁ ମାରଣାସ୍ତ୍ରରେ ବଡ଼ ଭାଇ ପରିବାରକୁ ନିପାତ କରିଥିଲା, ସେ କଟୁରି ଧାର କରିଥିବା ବାଲିଚନ୍ଦ୍ରପୁର ବଜାରକୁ ଯାଇ ପ୍ରଦୀପ୍ତ ମହାରଣାଙ୍କ ଦୋକାନରେ ପଚରାଉଚରା କରିଥିଲା ପୁଲିସ । ପରେ ପୁଣି ଶିବକୁ ଥାନାକୁ ଅଣାଯାଇଥିଲା । ଅନ୍ୟପକ୍ଷରେ ଶିବର ପତ୍ନୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ମୃତ ଅଲେଖଙ୍କ ଶଳା ଦୀପକ ପୃଷ୍ଟି ଦାବି କରିଛନ୍ତି । ଶିବର ପତ୍ନୀ ଘଟଣା ଦିନ ରାତିରେ ସେଠାରେ ଥିଲେ । ସେ ଏହି ଘଟଣା ବିଷୟରେ ସବୁ ଜାଣିଥିବେ । ତାଙ୍କ ମୃତ ଭାଣିଜୀ ପାୟଲ୍ ହାତରେ ମହିଳାଙ୍କ ଚୁଟି ଥିବା ବେଳେ ଏହାକୁ ସନେ୍ଦହ କରି ଶିବଙ୍କ ପତ୍ନୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସେ ପୁଲିସକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons