ଶ୍ମଶାନ ଜମି ବିବାଦ :ଶବ ରଖି ରାଜପଥ ଅବରୋଧ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଶ୍ମଶାନ ଜମିକୁ ନେଇ ଦେଖାଦେଇଛି ବିବାଦ । ଫଳରେ ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇ ନପାରି ରାସ୍ତା ଅବରୋଧ କରାଯାଇଛି । ଜାତୀୟ ରାଜପଥ ଉପରେ ଶବ ରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଚାନ୍ଦିଲି ଥାନା ଖଲିଗୁଡ଼ାଠାରେ ଏଭଳି ପରିସ୍ଥିତି ଦେଖାଦେଇଛି । ରାଜପଥ ଅବରୋଧ କରାଯାଇଥିବାରୁ ଶତାଧିକ ଯାନବାହନ ଅଟକି ରହିଛି । ପୁଲିସ ବୁଝାଶୁଝା କରିଥିଲେ ମଧ୍ୟ ରାତି ୮ଟା ପର୍ଯ୍ୟନ୍ତ ସମାଧାନ ହୋଇପାରି ନଥିଲା । ଶ୍ମଶାନ ଜମିର ସମାଧାନ ନହେବା ପର୍ଯ୍ୟନ୍ତ ଶବ ସକ୍ରାର କରାଯିବ ନାହିଁ ବୋଲି ଗ୍ରାମବାସୀ ଅଡି ବସିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଖଲିଗୁଡ଼ା ଗାଁ ନିକଟ ନାଗାବଳୀ ନଦୀ କୂଳ ଶ୍ମଶାନକୁ ଗ୍ରାମବାସୀମାନେ ବ୍ୟବହାର କରିଆସୁଛନ୍ତି । ନିକଟରେ ଏହି ଜମି ଗୋଟିଏ ଘରୋଇ କଲେଜ ମାଲିକାନାକୁ ଦିଆଯାଇଥିବା ବେଳେ ସେଠାରେ କପାଚାଷ କରାଯାଇଛି । ଆଜି ଗାଁର ଏନ୍.ବାବି ନାମକ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିଲା । ମୃତକଙ୍କ ଶେଷକୃତ୍ୟ ପାଇଁ ଗ୍ରାମବାସୀ ଏହି ଶ୍ମଶାନକୁ ଯାଇଥିଲେ । ଶ୍ମଶାନକୁ ଯିବା ସମୟରେ ରାସ୍ତା ବନ୍ଦ ଥିବା ଦେଖି ଗ୍ରାମବାସୀ ବିରକ୍ତି ପ୍ରକାଶ କରିଥିଲେ । ପଚରାଉଚରା ପରେ ଶ୍ମଶାନଜମିକୁ ଏକ ଘରୋଇ କଲେଜକୁ ଦିଆଯାଇଥିବା ଜଣାପଡିଥିଲା । ଘରୋଇ କଲେଜ ଅଧୀନକୁ ଶ୍ମଶାନଜମି କିପରି ଗଲାବୋଲି ଗ୍ରାମବାସୀ ପ୍ରଶ୍ନ କରିବା ସହ ସେଠାରେ ଉତ୍ତେଜନା ଲାଗିରହିଥିଲା । ଫଳରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇପାରି ନଥିଲା । ଶବକୁ ଅଧାବାଟରୁ ଫେରାଇ ଅଣାଯାଇ ଜାତୀୟ ରାଜପଥ ୩୨୬ ଉପରେ ରଖାଯାଇ ଗ୍ରାମବାସୀ ଆନେ୍ଦାଳନ କରିଥିଲେ । ଶତାଧିକ ଗ୍ରାମବାସୀଙ୍କ ସମେତ ନିକଟ ଅନ୍ୟଗାଁର ଲୋକ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଫଳରେ ଉତ୍ତେଜନା ଅଧିକ ବଢିଥିଲା । ପୁଲିସ ଆସି ବୁଝାଶୁଝା କରିବା ପରେ ମଧ୍ୟ ଉତ୍ତେଜନା ଥମି ନଥିଲା । ଜମିର ଅସଲ ମାଲିକାନା ସମ୍ପର୍କରେ ସ୍ପଷ୍ଟଭାବେ କେହି ସୂଚନା ପ୍ରଦାନ କରିପାରି ନଥିଲେ । ଅତିରିକ୍ତ ତହସିଲଦାର ସୁନୀଲ ଖରା ସେଠାରେ ପହଞ୍ଚିି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ବରିÂ ଅଧିକାରୀ ପହଞ୍ଚି ପ୍ରତିଶ୍ରୁତି ଦେବାପାଇଁ ଗ୍ରାମବାସୀ ଅଡ଼ି ବସିଛନ୍ତି । ପ୍ରଶାସନ ଓ ପୁଲିସ ତୁରନ୍ତ ଏହି ବିବାଦର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons