ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ନିମନ୍ତେ ପଠାଗଲା କାଠ

Get real time updates directly on you device, subscribe now.

ଗଣିଆ,(ବି.ବି.ନୁ୍ୟଜ): ନୟାଗଡ଼ ଜିଳ୍ଲା ଗଣିଆ ବ୍ଲକର ବିଭିନ୍ନ ସ୍ଥାନରୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଶାଳ କାଠ ପୁରୀ ପଠାଯାଇଛି ।
ଚଳିତ ବର୍ଷ ରଥଯାତ୍ରା ପାଇଁ କିଶୋରପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରାସିଂହା ଗ୍ରାମର ବୃନ୍ଦାବନ ରାଉତ ୨ଟି ଶାଳ ଗଛ ଦାନ କରିଥିବାବଳେ ପତଣ୍ଡା ଗ୍ରାମର ଶୁଭେନ୍ଦୁ କୁମାର ପଣ୍ଡା ୨ଟି ଓ ବେଲପଡ଼ା ପଞ୍ଚାୟତର ୱାଲିପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରୁ ୪ଖଣ୍ଡ ଶାଳ କାଠ ପୁରୀ ପଠାଯାଇଛି ବୋଲି ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓ ସୂଚନା ଦେଇଛନ୍ତି । ମୋଟ ୮ଟି ଶାଳ ଲଗ୍ ଏକ ଟ୍ରକ ଯୋଗେ ଆଜି ଅପରାହ୍ଣରେ ପୁରୀ ପଠା ଯାଇଛି ।
ରଥ ନିର୍ମାଣ ନିମନ୍ତେ କାଠକୁ ଦାନ କରିବାକୁ ଆଗ୍ରହୀ ଉପରୋକ୍ତ ବ୍ୟକ୍ତିମାନେ ଗଣିଆ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ନିୟମାନୁସାରେ ଉକ୍ତ କାଠକୁ ମାପଚୁପ କରାଯାଇ ରଥ ନିମନ୍ତେ ଉପଯୁକ୍ତ ବୋଲି ଯାଞ୍ଚ କରାଯିବା ପରେ ବୃକ୍ଷ ଛେଦନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons