ଶ୍ରୀଲଙ୍କାରେ ହାହାକାର

Get real time updates directly on you device, subscribe now.

କଲମ୍ବୋ: ଶ୍ରୀଲଙ୍କାରେ ହାହାକାର । ଖାଦ୍ୟ, ବିଜୁଳି ଓ ତୈଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଯୋଗୁ ଛଟପଟ ଦେଶବାସୀ । ଏଭଳି ସ୍ଥିତିରେ ସରକାର ଶୁକ୍ରବାର ଦେଶରେ ଜରୁରି ପରିସ୍ଥିତି ଘୋଷଣା କରିଥିଲେ । ଆଜି ୩୬ ଘଣ୍ଟିଆ କର୍ଫୁ୍ୟ ଲାଗୁ କରିଛନ୍ତି । ଶନିବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ଏହି କର୍ଫୁ୍ୟ ସୋମବାର ସକାଳ ୬ଟା ଯାଏ ଜାରି ରହିବ । ସଂକଟ ବେଳେ ଶ୍ରୀଲଙ୍କା ସରକାରଙ୍କ ଏଭଳି କାର୍ଯ୍ୟାନୁÂାନ ଦେଶବାସୀଙ୍କ ସମସ୍ୟା ଆହୁରି ବଢ଼ାଇ ଦେଇଛି ।
ଦୀର୍ଘଦିନ ଧରି ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଲାଗିରହିବା ପରେ ଏବେ ଦେଶବାସୀ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସଂଘର୍ଷ କରୁଛନ୍ତି । ସରକାରଙ୍କୁ ଏଥିପାଇଁ ଦାୟୀ କରି ଲୋକମାନେ ରାଜଧାନୀ କଲମ୍ବୋରେ ଜୋରଦାର ବିକ୍ଷୋଭ କରିଥିଲେ । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନ ବାହାରେ ହଙ୍ଗାମା କରିଥିଲେ । ଏହାପରେ ସୁରକ୍ଷା ବଳ ମୁତୟନ ହୋଇଥିଲା । ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ବାସଭବନ ଅଭିମୁଖେ ବଢ଼ିବା ପରେ ସେମାନଙ୍କୁ ରୋକାଯାଇଥିଲା । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୪୫ ଜଣଙ୍କୁ ଗିରଫ କରାଗଲାଣି । ଏବେ ଦେଶବ୍ୟାପୀ ପୁଲିସ ଓ ସେନା ଛାଉଣୀ କରାଯାଇଛି ।
ଶନିବାର କଲେମ୍ବାରେ ସେନା ମୁତୟନ ମଧ୍ୟରେ ଦୋକାନ ବଜାର ଖୋଲିଛି । ପେଟ୍ରୋଲ ପମ୍ପ୍ଠାରୁ ବଡ଼ ମଲ୍ ସାମ୍ନାରେ ସେନା ଛାଉଣୀ ହୋଇଛି । ଶ୍ରୀଲଙ୍କାରେ ବିଜୁଳି ସଂକଟ ଉକ୍ରଟ ହୋଇଛି । ଦେଶର ୨.୨ କୋଟି ଲୋକ ଦିନକୁ ୧୩ ଘଣ୍ଟା ପର୍ଯ୍ୟନ୍ତ ବିନା ବିଜୁଳିରେ ଦିନ କାଟୁଛନ୍ତି । ମୋଟ ବିଜୁଳି ଆବଶ୍ୟକତାର ୪୦ଧ ଜଳବିଦୁ୍ୟତ୍ ସୂତ୍ରରୁ ପୂରଣ ହୋଇଥାଏ । କିନ୍ତୁ ବର୍ଷା ନ ହେବାରୁ ଅଧିକାଂଶ ଜଳ ଭଣ୍ଡାର ଶୁଖିଗଲାଣି । କୋଇଲା ଓ ତେଲରୁ ଅଧିକ ବିଜୁଳି ଉତ୍ପାଦନ ହୋଇଥାଏ । କିନ୍ତୁ ସରକାରଙ୍କ ପାଖରେ ବୈଦେଶିକ ମୁଦ୍ରା ନ ଥିବାରୁ ତେଲ କିମ୍ବା କୋଇଲା କ୍ରୟ କରାଯାଇ ପାରୁନାହିଁ ।
ଏଭଳି ସ୍ଥିତିରେ ସହାୟତାର ହାତ ବଢ଼ାଇଛି ଭାରତ । ଶନିବାର ନୂଆଦିଲ୍ଲୀରୁ ୪୦,୦୦୦ ମେଟ୍ରିକ୍ ଟନ୍ ଡିଜେଲ ଯାଇ ଶ୍ରୀଲଙ୍କାରେ ପହଞ୍ଚିଛି । ବିଜୁଳି ସଂକଟ ଏଡ଼ାଇବା ପାଇଁ ଏହାକୁ ବ୍ୟବହାର କରାଯିବ । ଶ୍ରୀଲଙ୍କାର ସିଲନ୍ ଇଲେକ୍ଟ୍ରିସିଟି ବୋର୍ଡ (ସିଇବି) ପକ୍ଷରୁ କୁହାଯାଇଛି ଭାରତ ପଠାଇଥିବା ଡିଜେଲ ଯୋଗୁ ବିଜୁଳି ସଂକଟକୁ ଅନେକାଂଶରେ ଏଡ଼ାଯାଇ ପାରିବ । ଭାରତ ଦେବାକୁ ଥିବା ୫୦୦ ନିୟୁତ ଡଲାର ଋଣ ଜରିଆରେ ଏହି ଡିଜେଲ ପଠାଯାଇଛି । ଶୀଲଙ୍କାକୁ ୧୦୦ କୋଟି ଡଲାରର ଆର୍ଥିକ ସହାୟତା ଯୋଗାଇବା ପାଇଁ ଭାରତ ନିକଟରେ ଘୋଷଣା କରିଥିଲା ।
ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶରେ ଶୁକ୍ରବାର ଜରୁରି ପରିସ୍ଥିତି ଘୋଷଣା କରିବା ପରେ ଏହାକୁ ଓକିଲମାନେ ବିରୋଧ କରିଛନ୍ତି । ଏହାକୁ ଶୀଘ୍ର ହଟାଇବା ପାଇଁ ଶହ ଶହ ଓକିଲଙ୍କ ପକ୍ଷରୁ ଦାବି କରାଯାଇଛି । ଦେଶର ଅର୍ଥନୈତିକ ସଂକଟ ଏଡ଼ାଇବା ଲାଗି ଶାନ୍ତିପୂର୍ଣ୍ଣ ଭାବେ ବିଧାନସଭା ଚାଲିବା ଉଚିତ । ଏହାକୁ ବନ୍ଦ କରାଗଲେ ପରିସ୍ଥିତିର ପ୍ରତିକାର ହେବନାହିଁ ବୋଲି ଓକିଲମାନେ ଦର୍ଶାଇଛନ୍ତି । ସେହିଭଳି ଦେଶବ୍ୟାପୀ ଲାଗୁ ହୋଇଥିବା କର୍ଫୁ୍ୟକୁ ମଧ୍ୟ ବିରୋଧ କରାଯାଇଛି । ଗୁରୁବାରଠାରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି ।
ସେପଟେ ଶ୍ରାୀଲଙ୍କାରେ ସୋସିଆଲ ମିଡିଆ ସାମାଜିକ କର୍ମୀ ଅନୁରୁଦ୍ଧା ବାନ୍ଦାରୁଙ୍କୁ ଅପହରଣ କରିନିଆଯାଇଥିବା ତାଙ୍କ ପିତା ଶନିବାର ଅଭିଯୋଗ କରିଛନ୍ତି । ପୁଲିସ ତାଙ୍କୁ ଉଠାଇ ନେଇଥିବା ସେ କହିଛନ୍ତି । ଶୁକ୍ରବାର ବିଳମ୍ବିତ ରାତି୍ରରେ ତାଙ୍କୁ ଉତ୍ତର କଲମ୍ବୋ ଥାନାରୁ ଉଠାଇ ନିଆଯାଇଛି । ଏ ନେଇ ଅଭିଯୋଗ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁÂାନ ହୋଇନାହିଁ । ଶ୍ରୀଲଙ୍କାରେ ଦେଖାଦେଇଥିବା ଆର୍ଥିକ ସଂକଟ ଏବଂ ଖାଦ୍ୟ ସାମଗ୍ରୀ ଅଭାବ ଜନିତ ସମସ୍ୟାକୁ ନେଇ ଅନୁରୁଦ୍ଧା ସରକାରଙ୍କୁ ସମାଲୋଚନା କରିଆସୁଥିଲେ ।
ଶ୍ରୀଲଙ୍କା ଏବେ ୫,୧୦୦ କୋଟି ଡଲାରର ଋଣ ବୋଝରେ ବୁଡ଼ିଛି । ୨.୨ କୋଟି ଜନତାଙ୍କ ମଧ୍ୟରୁ ୫ ଲକ୍ଷରୁ ଅଧିକ ଲୋକ ଗରିବି ମଧ୍ୟରେ ଫସିଛନ୍ତି । ଗତ ମାସକ ମଧ୍ୟରେ ଦେଶର ମୁଦ୍ରା ମୂଲ୍ୟ ୪୫ଧ ହ୍ରାସ ପାଇଛି । ୧ ଡଲାରର ମୂଲ୍ୟ ଏବେ ୨୯୨.୫୦ ଟଙ୍କା (ଶ୍ରୀଲଙ୍କା ଟଙ୍କା)କୁ ଖସିଆସିଛି । ମୁଦ୍ରାସ୍ଫୀତି ୧୭.୫ଧରେ ପହଞ୍ଚିଛି, ଯାହାକି ଏସିଆରେ ସର୍ବାଧିକ । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୭୦ଧ ହ୍ରାସ ପାଇ ୨୩୬ କୋଟି ଡଲାରକୁ ଖସିଆସିଛି । ଦେଶରେ ୧ କିଲୋ ଚିନି ଦାମ ୨୯୦ ଟଙ୍କା ହୋଇଥିବା ବେଳେ ୧ କିଲୋ ଚାଉଳ ଦାମ ୫୦୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୪୦୦ ଗ୍ରାମ୍ କ୍ଷୀର ୭୯୦ ଟଙ୍କାରେ ବିକି୍ର ହେଉଥିବା ବେଳେ ପେଟ୍ରୋଲ ଲିଟର ପିଛା ୨୫୪ ଟଙ୍କା ଓ ଡିଜେଲ ୧୭୬ ଟଙ୍କାରେ ପହଞ୍ଚିଛି ।
ଶ୍ରୀଲଙ୍କାର ଅର୍ଥ ବ୍ୟବସ୍ଥାରେ ପର୍ଯ୍ୟଟନ କ୍ଷେତ୍ରର ବିଶେଷ ଭୂମିକା ରହିଥାଏ । କିନ୍ତୁ କରୋନା ମହାମାରୀ ଯୋଗୁ ଏହା ବରବାଦ ହୋଇଯାଇଛି । ବୈଦେଶିକ ମୁଦ୍ରା ଭଣ୍ଡାର ପାଇଁ ତୃତୀୟ ପ୍ରମୁଖ ଉତ୍ସ ହେଉଛି ପର୍ଯ୍ୟଟନ କ୍ଷେତ୍ର । ଏହା ଦୁର୍ବଳ ପଡ଼ିଯିବାରୁ ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟତଃ ଖାଲି ହୋଇଯାଇଛି । ଦେଶର ୫ ଲକ୍ଷ ଲୋକ ପ୍ରତ୍ୟକ୍ଷ ଭାବେ ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଇଥାନ୍ତି । ୨୦ ଲକ୍ଷ ଲୋକ ପରୋକ୍ଷ ଭାବେ ନିର୍ଭରଶୀଳ । ଏଭଳି ସ୍ଥିତିରେ ଏମାନଙ୍କ ଜୀବନ ଜୀବିକା ଅତି ମାତ୍ରାରେ ପ୍ରଭାବିତ ହୋଇଛି । ପର୍ଯ୍ୟଟନରୁ ଶ୍ରୀଲଙ୍କା ବର୍ଷକୁ ପାଖାପାଖି ୩୭ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ପାଇଥାଏ ।
ଆଗାମୀ ୧ ବର୍ଷ ମଧ୍ୟରେ ଶ୍ରୀଲଙ୍କାକୁ ପାଖାପାଖି ୫୪ ହଜାର କୋଟି ଟଙ୍କାର ଘରୋଇ ଓ ବିଦେଶୀ ଋଣ ପରିଶୋଧ କରିବାକୁ ହେବ । ଏଥିରୁ ପ୍ରାୟ ୬୮ଧ ହେଉଛି ଚୀନ୍ର । ଚୀନ୍କୁ ୫୦୦ କୋଟି ଡଲାର ବା ପାଖାପାଖି ୩୭ ହଜାର କୋଟି ଟଙ୍କା ଋଣ ଶୁଝିବାକୁ ପଡ଼ିବ । ଗତବର୍ଷ ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ଶ୍ରୀଲଙ୍କାକୁ ଅତିରିକ୍ତ ୧୦୦ କୋଟି ଡଲାର ବା ପାଖାପାଖି ୭ ହଜାର କୋଟି ଟଙ୍କା (ଭାରତୀୟ ଟଙ୍କା) ଋଣ ଦେଇଥିଲା ଚୀନ୍ ।
ଶ୍ରୀଲଙ୍କାରେ ଗତ ଦୁଇ ଦଶନ୍ଧି ହେଲା ଗୋଟିଏ ପରିବାର ସରକାର ଚଳାଇ ଆସୁଛି । ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ (୭୨) ରହିଛନ୍ତି । ତାଙ୍କ ବଡ଼ଭାଇ ମହିନ୍ଦା ରାଜପକ୍ଷେ (୭୫) ପ୍ରଧାନମନ୍ତ୍ରୀ ଅଛନ୍ତି । ମହିନ୍ଦାଙ୍କ ପାଖରେ ସହରୀ ବିକାଶ ମନ୍ତ୍ରଣାଳୟ ରହିଛି ଏବଂ ସେ ପୂର୍ବରୁ ଦେଶର ରାଷ୍ଟ୍ରପତି ବି ରହିଥିଲେ । ରାଜପକ୍ଷେ ପରିବାରର ସବୁଠୁ ବଡ଼ଭାଇ ଚମଲ୍ ରାଜପକ୍ଷେ ଶ୍ରୀଲଙ୍କାର ଗୃହମନ୍ତ୍ରୀ ରହିଥିବା ବେଳେ ବାସିଲ୍ ରାଜପକ୍ଷେ ଅର୍ଥମନ୍ତ୍ରୀ ଅଛନ୍ତି । ମହିନ୍ଦାଙ୍କ ପୁଅ ନମଲ୍ ରାଜପକ୍ଷେ କ୍ରୀଡ଼ାମନ୍ତ୍ରୀ ଥିବା ବେଳେ ଟେଲିକମ୍ ମନ୍ତ୍ରଣାଳୟ ବି ତାଙ୍କ ନିକଟରେ ରହିଛି । ଚମଲ୍ଙ୍କ ପୁଅ ଶଶୀନ୍ଦ୍ର ରାଜପକ୍ଷେ କୃଷି ମନ୍ତ୍ରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons