ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ : ସର୍ବଭାରତୀୟସ୍ତରରେ ହେବ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗକୁ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହ ପ୍ରୋତ୍ସାହିତ ଦେବାକୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସର୍ବଭାରୀୟସ୍ତରରେ ହେବ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା । ଏଥିସହ ଏକାଡେମୀ ପୁରସ୍କାର ପରିସୀମାକୁ ବ୍ୟାପ୍ତ କରିବ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆହୁରି ୧୦ଟି ବିଭାଗରେ ପୁରସ୍କାର ଦିଆଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଏବଂ ନିଦେ୍ର୍ଧଶକ କହିଛନ୍ତି । ଏନେଇ କାର୍ଯ୍ୟକାରୀ ପରିଷଦରେ ପ୍ରସ୍ତାବ ଗୃହୀତ ହୋଇଛି । ଆଗକୁ ବିଶଦ୍ ଆଲୋଚନା ପରେ ସରକାରଙ୍କ ନିଷ୍ପତ୍ତିକ୍ରମେ ଏହାକୁ ପ୍ରଚଳନ କରାଯିବ ।
ରେଡ୍ କାର୍ପେଟ୍ରେ ଚାଲିବା ଏକ ମର୍ଯ୍ୟାଦାର କଥା ବୋଲି ବେବଚନା କରାଯାଏ । ବିଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା ଏ ପରମ୍ପରା ଏଥର ବି ଦେଖିବାକୁ ମିଳିଥିଲା । ରବୀନ୍ଦ୍ର ମଣ୍ଡପ ମୁଖ୍ୟ ଫାଟକ ସମ୍ମୁଖରୁ ମନୋନୀତ ପ୍ରତିଭାମାନଙ୍କୁ ପୁରସ୍କାର ଲାଗି ମଣ୍ଡପ ଭିତରକୁ ପାଛୋଟି ଅଣାଯାଇଥିଲା । ଶଙ୍ଖ, ବାଦ୍ୟର ତାଳେ ତାଳେ ପୁଷ୍ପବୃଷ୍ଟି କରାଯାଇ ସୁନ୍ଦର ସ୍ୱାଗତ ସାଙ୍ଗକୁ ଆକର୍ଷଣୀୟ ମଞ୍ଚରେ ବସାଯାଇ ପୁରସ୍କୃତ କରାଯାଇଥିଲା । ପ୍ରତି ପ୍ରତିଭାଙ୍କ ପୁରସ୍କାର ସମୟରେ ବାଦ୍ୟ ବାଦନ କରାଯାଇ ଶଙ୍ଖୁଳା ଯାଇଥିଲା । ଯାହା ଭିନ୍ନ ପରିବେଶ ସୃଷ୍ଟି କରିଥିଲା ।
ମଞ୍ଚରେ ଆଜି ଦୁଇ ବିସ୍ମୟ ଏବଂ ବିରଳ ପ୍ରତିଭାଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥିଲା । ଜଣେ ଥିଲେ ୧୦୫ ବର୍ଷ ବୟସ୍କ ଲୋକନାଟ୍ୟ ଶିଳ୍ପୀ ଗୋପିନାଥ ସ୍ୱାଇଁ ଓ ଅନ୍ୟ ଜଣେ ୯୬ ବର୍ଷ ବୟସ୍କ ବିଶିଷ୍ଟ ପାଲାକାର ଜଗନ୍ନାଥ ବେହେରା । ଗଞ୍ଜାମ ଗୋବିନ୍ଦପୁରର ଗୋପିନାଥ ୨୦୨୧ ବର୍ଷ ପାଇଁ ଲୋକନାଟ୍ୟ ବର୍ଗରେ ଏକାଡେମୀ ପୁରସ୍କାର ପାଇଥିଲେ । ସେ ଯେତେବେଳେ ପୁରସ୍କାର ଗ୍ରହଣ କରିଥିଲେ ତାଙ୍କୁ ବିଭାଗୀୟ ସଚିବ କିଛି କହିବା ପାଇଁ କହିଥିଲେ । ସେ ଲୋକ ସଙ୍ଗୀତରୁ ଦୁଇପଦ ଶ୍ରୀହରିଙ୍କ ନାଁ ନେଇ ଗାଇଥିଲେ । ଚମ+ାର ସ୍ୱର । ପୂରା ପ୍ରେକ୍ଷାଳୟ ଗୁଞ୍ଜରିତ ହୋଇଥିଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଠିକ୍ ସେହିପରି ଯେତେବେଳେ ଜଗନ୍ନାଥ ବେହେରା ୨୦୨୨ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଗ୍ରହଣ କରିବାକୁ ଆସିଲେ ତାଙ୍କୁ ବି ସଚିବ କିଛି କହିବାକୁ ଅନୁରୋଧ କରିଥିଲେ । ଏହାପରେ ସେ ସମସ୍ତଙ୍କୁ ପୁରସ୍କାର ପାଇଁ ଧନ୍ୟବାଦ ଜଣାଇବା ସହ ନୂଆଦିଲ୍ଲୀରେ ତାଙ୍କ ସହ ଘଟିଥିବା ଘଟଣାକୁ ମନେପକାଇ ଅନର୍ଗଳ ଭାଷଣ ରଖିଥିଲେ । କାଶ ଉଠିବା ପରେ ତାଙ୍କୁ ଅଟକାଯିବା ପରେ ବି ସେ ଓଲଟା ସମୟ ମାଗି ପାଲା ସଂସ୍କୃତି ଉପରେ ଇଂରାଜୀ, ସଂସ୍କୃତ ଏବଂ ଓଡ଼ିଆ ଭାଷାରେ ନିଜ ଅଭିଭାଷଣ ରଖି ସମସ୍ତଙ୍କୁ ଅଭିଭୂତ କରିଥିଲେ ।
୨୦୨୧-୨୨ ବର୍ଷ ପାଇଁ ଏକାଡେମୀ ପକ୍ଷରୁ ଦିଆଯାଇଥିବା ଏ ପୁରସ୍କାର ଅନେକଙ୍କୁ ଦ୍ୱନ୍ଦ୍ୱରେ ରଖିଲା । ପ୍ରଥମେ ଏକାଡେମୀ ପୁରସ୍କାର ଘୋଷଣା ଲାଗି ୧୭ ତାରିଖ ଅପରାହ୍ଣ ୫ଟାରେ ସାମ୍ବାଦିକ ସମ୍ମିଳନୀ ଡାକି ସ୍ଥଗିତ ରଖିବା । ପରେ ଘୋଷଣା ନେଇ କହି ସିଧା ମଞ୍ଚରେ ପୁରସ୍କାର ଦେବା । ତା’ ସହିତ ଗୀତି କବିତା ପାଇଁ ସାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ ସାରଦା ସମ୍ମାନ ପ୍ରଦାନ ନ କରିବା । ଏହାଛଡ଼ା ରବୀନ୍ଦ୍ର ମଣ୍ଡପ ବାହାରେ ୨୦୨୨ ବର୍ଷ ପାଇଁ ଲାଗିଥିବା ପୁରସ୍କୃତ ପ୍ରତିଭାଙ୍କ ତାଲିକା ଥିବା ଫ୍ଲେକ୍ସରେ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ସ୍ଥାନରେ କାଗଜ ଛପାଯାଇ ନାମ ଲେଖିବା । ଏସବୁ କେମିତି ଟିକେ ଦ୍ୱନ୍ଦ୍ୱ ଉପୁଜାଇଥିଲା । କିନ୍ତୁ ଏହା ପଛର ପ୍ରକୃତ କାରଣ କ’ଣ ତାହା ଜଣାପଡ଼ିନି । ଅନେକ ଆଶାୟୀ ଶିଳ୍ପୀ ପୁରସ୍କାର ମନୋନୟନରେ ଅନିୟମିତତା ହୋଇଥିବା ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ଏକାଡେମୀ ଏ ସମ୍ପର୍କରେ କିଛି କହି ନାହିଁ । ଯାହା ଶୁଣିବାକୁ ମିଳୁଛି ଗୀତି କବିତା ସମ୍ମାନଟି ଅନ୍ୟ ଏକାଡେମୀ ସମ୍ମାନରେ କିମ୍ବା ସ୍ୱତନ୍ତ୍ର ଭାବେ ଦିଆଯିବା ପାଇଁ ବିଚାରରେ ରହିଛି । ବାକି ମଞ୍ଚରେ ଏକାଡେମୀ ପକ୍ଷରୁ ଏହା ସ୍ୱୀକାର କରାଯାଇଛି ଯେ, ଆମେ ୧୦୦ରୁ ୧୦୦ ପ୍ରତିଶତ ଠିକ୍ ବୋଲି କହୁନୁ କିନ୍ତୁ ପୁରସ୍କାରରେ ସ୍ୱଚ୍ଛତା, ନିରପେକ୍ଷତା ଅବଲମ୍ବନ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଛୁ । ମନ୍ତ୍ରୀ କହିଛନ୍ତି, ତରବରିଆ ଭାବେ ଯଦିଓ ବି ପୁରସ୍କାର ଦିଆଯାଇଛି ବୋଲି କୁହାଯାଉଛି ତାପରେ ବି ନ୍ୟାୟ ସଙ୍ଗତ ଭାବେ ଚୟନ କରାଯାଇଛି । 

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons