ସଦର ବିଧାୟକଙ୍କୁ ଗାଡ଼ିକୁ ବୋମାମାଡ଼

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡି ଉପରକୁ ରବିବାର ବୋମାମାଡ଼ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ସୁରକ୍ଷା କର୍ମୀ ଓ ବିଧାୟକ କିଛି ବାଟ ଗୋଡାଇଥିଲେ ମଧ୍ୟ ସେମାନେ ବାଇକ୍ରେ ଖସି ପଳାଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଫେରାର ହୋଇଯିବା ବେଳେ ପୁଣି ଏକ ବୋମା ଫିଙ୍ଗିବା ସହିତ ପିସ୍ତଲ ଦେଖାଇ ପଳାଇଛନ୍ତି । ଏହି ଘଟଣା ପରେ ବିଧାୟକ ଟାଉନ୍ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ପୁଲିସ ବିଭିନ୍ନ ସ୍ଥାନ ଚଢ଼ଉ ଜାରି ରଖିଛି ।
ତେବେ ଏହାକୁ କେନ୍ଦ୍ର କରି ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତକୁ ଧରିବା ଦାବିରେ ଜାତୀୟ ରାଜପଥ ଗାନ୍ଧୀ ଛକ ନିକଟରେ ବିଜେପି କର୍ମୀ ଅବରୋଧ କରିଥିଲେ । ଦୀର୍ଘ ୬ ଘଣ୍ଟା ଧରି ରାଜପଥ ଅଚଳ ହୋଇପଡିଥିଲା । ସନ୍ଧ୍ୟାରେ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଧରିବା ପାଇଁ ୩ଟି ଟିମ୍ ଗଠନ କରାଯାଇଥିବା କହିବା ସହିତ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାଜପଥ ଅବରୋଧ ହଟିଛି । ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି । ଜଣେ ଲୋକ ପ୍ରତିନିଧିଙ୍କ ଉପରକୁ ବୋମାମାଡ଼ ହେବା ଘଟଣାକୁ ନେଇ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons