ସାଗରମାଳା ଯୁଗ୍ମ ସଚିବଙ୍କ ପାରାଦୀପ ଗସ୍ତ:ମାଛଧରା ବନ୍ଦରର ୧୯ ପ୍ରକଳ୍ପର କଲେ ସମୀକ୍ଷା

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ): ପାରାଦୀପ ମାଛଧରା ବନ୍ଦର ନବକଳେବର ପାଇଁ ୯୯.୭୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହେବାର ସପ୍ତାହେ ନପୁରୁଣୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ତଥା ସାଗରମାଳା ପ୍ରକଳ୍ପର ଯୁଗ୍ମ ସଚିବ ଭୂଷଣ କୁମାର ପାରାଦୀପ ଗସ୍ତରେ ଆସି ମାଛଧରା ବନ୍ଦରର ଉନ୍ନତିମୂଳକ କାମର ଡିପିଆର୍ ସମୀକ୍ଷା କରିଛନ୍ତି ।
ଏପରିକି ଏହି ପ୍ରକଳ୍ପ କାମ ଲାଗି ଅଗ୍ରୀମ ୨୫ କୋଟି ଟଙ୍କା ଅନୁଦାନ କେନ୍ଦ୍ର ସରକାରଙ୍କ ତରଫରୁ ପାରାଦୀପ ବନ୍ଦରକୁ ମିଳିସାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ପ୍ରକଳ୍ପ କାମ ଆଗେଇବା ପରେ ପର୍ଯ୍ୟାୟକ୍ରମେ ବାକି ଅନୁଦାନ ମଧ୍ୟ କେନ୍ଦ୍ର ସରକାର ଯୋଗାଇ ଦେବେ । ନିର୍ମାଣ ଆରମ୍ଭ ହେବାର ମାତ୍ର ୧୮ ମାସ ଭିତରେ ଏହି ପ୍ରକଳ୍ପ କାମ ସାରିବାକୁ ଘୋଷଣା ମଧ୍ୟ କରାଯାଇଛି । ଗୋଟିଏ ପଟେ ସଦ୍ୟ ନିର୍ବାଚିତ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ(ଓମ୍ଫା)ର କର୍ମକର୍ତ୍ତାଙ୍କ ଆଜି ଶପଥପାଠ ଦିନକ ପୂର୍ବରୁ ଯୁଗ୍ମ ସଚିବଙ୍କ ଗସ୍ତକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଛି । ଯୁଗ୍ମ ସଚିବ ଶ୍ରୀ କୁମାର ମାଛଧରା ବନ୍ଦରର ବିଭିନ୍ନ ଉନ୍ନତିମୂଳକ କାମର ସମୀକ୍ଷା କରିବା ସହ ଓମ୍ଫାର ନବ ନିର୍ବାଚିତ ସଭାପତି ଶ୍ରୀକାନ୍ତ ପରିଡ଼ା ଓ ସାଧାରଣ ସମ୍ପାଦକ ଅରବିନ୍ଦ ସ୍ୱାଇଁ ତଥା ଅନ୍ୟ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥଲେ । ମୁହାଣ ସୁରକ୍ଷା କାମ, ମାଛ ନିଲାମ ଗୃହର ଉନ୍ନତିକରଣ, ଦ୍ୱିତୀୟ ମାଛ ନିଲାମ ଗୃହ ଓ ଲୋଡିଂ ପଏଣ୍ଟ ନିର୍ମାଣ, କୁ୍ୟଟିଫିଟିଂ କ୍ୱେ’ର ସମ୍ପ୍ରସାରଣ, ମାଛ ପ୍ୟାକିଂ ସେଡ୍, ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ, ବରଫ କଳ ଓ ଆଇସ୍ ବ୍ରେକର୍, ସେକେଣ୍ଡ ଗ୍ରେଡ୍ ମାଛ ପାଇଁ ପ୍ୟାକିଂ ସ୍ଥାନ, ଡ୍ରେନେଜ୍ ବ୍ୟବସ୍ଥାର ସୁଦୃଢୀକରଣ, ଗୋÂୀ ଶୌଚାଳୟ ନିର୍ମାଣ, ନିଲାମ ଗୃହ ପଛରେ ପାର୍କିଂ ସ୍ଥାନ ନିର୍ମାଣ, ଷ୍ଟୋନ୍ ରିପ୍ରାପ୍ର ଉନ୍ନତିକରଣ, ପ୍ରାଥମିକ ଚିକିତ୍ସା ପାଇଁ ଫାଷ୍ଟ୍ ଏଡ୍ ସେଣ୍ଟର ନିର୍ମାଣ ଓ ତତ୍ ସମ୍ବନ୍ଧୀୟ ସରଞ୍ଜାମ, ଗେଟ୍ ନମ୍ବର ୨ର ଉନ୍ନତିକରଣ ଓ ସିକୁ୍ୟରିଟି ଯାଞ୍ଚ ବ୍ୟବସ୍ଥାରେ ସୁଧାର, ସୁରକ୍ଷା ପାଚେରି ନିର୍ମାଣ ଭଳି ମାଛଧରା ବନ୍ଦରରେ ହେବାକୁ ଥିବା ୧୯ଟି ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଏହାପରେ ଶ୍ରୀ କୁମାର ପାରାଦୀପ ବନ୍ଦର ମଧ୍ୟରେ ଥିବା କେଆଇସିଟି, ଏନ୍ୱାଇବି, ପିଆଇସିଟି ଟର୍ମିନାଲ୍ ଗୁଡ଼ିକ ବୁଲି ଦେଖିଥିଲେ । ବନ୍ଦରର ବରିÂ ଅଧିକାରୀ ମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏହାପରେ ଇଫ୍କୋ ସାର କାରଖାନା ବୁଲିଥିଲେ ଏବଂ ଗସ୍ତ ଶେଷ ପୂର୍ବରୁ ବନ୍ଦରର ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଏକ ବୈଠକରେ ଯୋଗ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons