ସ୍ତ୍ରୀର ଗଳାକାଟି ସ୍ୱାମୀର ‌ଆତ୍ମହତ୍ୟା

Get real time updates directly on you device, subscribe now.

ପିପିଲି: ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ତେଇଶିପୁର ପଞ୍ଚାୟତର ନିର୍ମଳା ଗାଁରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଛି। ଝଗଡ଼ାରେ ଅତିଷ୍ଠ ସ୍ୱାମୀ ସ୍ତ୍ରୀକୁ ଗଳାକାଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଛି। ପରେ ନିଜେ ମଧ୍ୟ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବ୍ରଜ କିଶୋର ସାହୁ। ତାଙ୍କୁ ୬୨ ବର୍ଷ ହୋଇଥିଲା। ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ସାବିତ୍ରୀଙ୍କୁ ୫୫ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ବ୍ରଜ କିଶୋର ଓ ସାବିତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ବ୍ରଜ କିଶୋର ଏକ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ତ୍ରୀଙ୍କ ବେକକୁ କାଟି ଦେଇଥିଲେ। ପରେ ସେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ।
ସାବିତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons