ସ୍ୱାମୀର ଗୁପ୍ତାଙ୍ଗକୁ କାଟିଲା ସ୍ତ୍ରୀ

Get real time updates directly on you device, subscribe now.

ଚାନ୍ଦବାଲି, (ବି.ବି.ନୁ୍ୟଜ): ଚାନ୍ଦବାଲି ଥାନା ଅର୍ନ୍ତଗତ ବାଘନଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳିକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି । ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୁଣ୍ଡ ଓ ଦାନ୍ତ ଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ମଧ୍ୟ ପ୍ରତି ଆକ୍ରମଣ କରି ସ୍ୱାମୀକୁ ଗୁରୁତର କରିଛି । ସ୍ୱାମୀ ଆକ୍ରମଣ କରି ସ୍ତ୍ରୀକୁ ଲହୁ ଲୁହାଣ କରିବା ପରେ ସାମ୍ନାରେ ଥିବା ଏକ ଧାନକଟା ଦାଆ ହାତରେ ପଡିଯିବାରୁ ସେହି ଦାଆକୁ ଧରି ନିଜ ପ୍ରତିଶୋଧ ନେଇଥିଲାପନôୀ । ସ୍ୱାମୀର ଗୁପ୍ତାଙ୍ଗକୁ କାଟିବା ସହ ବେକକୁ ମଧ୍ୟ କାଟିଛି । ଗ୍ରାମବାସୀ ଖବର ପାଇ ଉଭୟ ସ୍ୱାମୀ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ୧୦୮ ଗାଡ଼ିରେ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଏଥିନେଇ ଚାନ୍ଦବାଲି ଥାନା ପକ୍ଷରୁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ବାଘଟନା ଗାଁର ଏହି ଦମ୍ପତି ହେଉଛନ୍ତି ଅମୂଲ୍ୟ ଜେନା ଓ ତାଙ୍କ ସ୍ତ୍ରୀ ସୁଲୋଚନା ଜେନା । ଏହି ରିପୋର୍ଟ ଲେଖା ହେବା ବେଳକୁ ଉଭୟେ ମେଡିକାଲ ବେଡ୍ରେ ପଡ଼ିଛନ୍ତି । ମାମଲା ଥାନାକୁ ଯାଇ ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons