ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଚନ୍ଦ୍ରପୁର ବ୍ଲକ୍ର ଚନ୍ଦ୍ରପୁର ଗାଁରେ ଅମାନବୀୟ କାଣ୍ଡ । ସ୍ୱାମୀର ଛୁରାମାଡ଼ରେ ପ୍ରାଣ ହରାଇଛି ସ୍ତ୍ରୀ । ମୃତ ମହିଳାଙ୍କ ନାଁ ଜାନକୀ କି୍ରଟାଙ୍ଗା । ଏହି ମାମଲାରେ ଚନ୍ଦ୍ରପୁର ପୁଲିସ୍ ଅଭିଯୁକ୍ତ ବ୍ରାଡି କ୍ରିଟାଙ୍ଗାକୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ପୁଲିସ୍ କହିଛି ।
ପୁଲିସ୍ ସୂଚନା ଅନୁଯାୟୀ, ଜାନକୀ ତାଙ୍କ ସ୍ୱାମୀ ସହ ଚନ୍ଦ୍ରପୁର ଗାଁର ହାଟପଦା ସାହିରେ ରହୁଥିଲେ । ବ୍ରାଡି ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଜାନକୀ ଚନ୍ଦ୍ରପୁର ବଜାରରେ ପରିବା ବେପାର କରୁଥିଲେ । ଗୁରୁବାର ଜାନକୀ ବଜାରରେ ବସି ପରିବା ବିକୁଥିବା ବେଳେ ସେଠାରେ ପହଞ୍ଚିଥିଲା ବ୍ରାଡି । ଏକ ଛୁରୀରେ ଜାନକୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚନ୍ଦ୍ରପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଜାନକୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ଲାଗି ପରାମର୍ଶ ଦେଇଥିଲେ ଡାକ୍ତର । ସନ୍ଧ୍ୟାରେ ଜାନକୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons