ସ୍ୱାମୀ ଆଗରେ ନଈକୁ ଡେଇଁଲେ ସ୍ତ୍ରୀ

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ): ସାମାନ୍ୟ ବଚସାକୁ କେନ୍ଦ୍ରକରି ସ୍ୱାମୀ ଆଗରେ ନଈକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ନନ୍ଦପୁର ବ୍ଲକ ପାଡୁଆ ଥାନା ଅଞ୍ଚଳରେ । ମୃତ ମହିଳା ହେଲେ ପାଡୁଆ ପଞ୍ଚାୟତ କୁକୁଡାପୁଟ ଗାଁର ଜଗବନ୍ଧୁ ଖରାଙ୍କ ସ୍ତ୍ରୀ ପଦ୍ମା ଖରା(୩୮) । ନନ୍ଦପୁର ଅଗ୍ନିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି । ସନ୍ଧ୍ୟା ହୋଇଯାଇଥିବାରୁ ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି ।
ଆଜି ଅପରାହ୍ନରେ ସ୍ୱାମୀଙ୍କ ସହ ପଦ୍ମା ତାଙ୍କ ବାପ ଘର କୁକୁଡ଼ାପକ୍ଷୀ ଗାଁରୁ ସାଇକେଲରେ ଫେରୁଥିଲେ । ବାଟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏହାପରେ ସ୍ୱାମୀ ସାଇକେଲ ଧରି ଆଗେ ଆଗେ ଚାଲୁଥିଲେ । ପଛେ ପଛେ ଯାଉଥିବା ପଦ୍ମା ପାଡୁଆ ବଡଦେବତା ମନ୍ଦିର ବ୍ରିଜ ଉପରୁ ହଠାତ୍ ପାତାଳୀ ନଦୀକୁ ଡେଇଁ ପଡିଥିଲେ । ନଦୀରେ କ’ଣ ଗୋଟେ ପଡ଼ିବାର ଶବ୍ଦ ଶୁଣି ଜଗବନ୍ଧୁ ସେଠାକୁ ଦୌଡିଥିଲେ । ପଦ୍ମା ନଦୀ ଭିତରେ ଉବୁଟୁବୁ ହେଉଥିବା ଦେଖି ଜୀବନ ବଞ୍ଚାଇବାକୁ ପାଟି କରିଥିଲେ । ପରେ ପୁଲିସକୁ ଖବର ଦିଆଯାଇଥିଲା । ଆଇଆଇସି ସରୋଜ କୁମାର ମଲ୍ଲିକ ନନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଯବାନମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଦୀର୍ଘ ୫ଘଣ୍ଟା ପରେ ନଦୀରୁ ପଦ୍ମାଙ୍କ ଶବ ଉଦ୍ଧାର କରାଯାଇଥିଲା । ଖବରପାଇ ପାଡୁଆ ସରପଞ୍ଚ ନବୀନା ଖରା, ପୂର୍ବତନ ସରପଞ୍ଚ ସହଦେବ ଖରା, ବିଜେଡି ନେତା ସେକ୍ ବାଜି ପ୍ରମୁଖ ସେଠାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons