ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ): ଏକ ନରହତ୍ୟା ମାମଲାର ବିଚାର କରି ମାନ୍ୟବର ମୟୂରଭଞ୍ଜ ଜିଲ୍ଲା ଦୌରାଜଜ ପ୍ରଦୀପ କୁମାର ପଟ୍ଟନାୟକ ଆସାମୀକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି ।ଜରିମାନା ଅନାଦେୟ ହେଲେ ଅଧିକ ଏକ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ପ୍ରକାଶ କରିଛନ୍ତି ।କୋର୍ଟରୁ ମିଳିଥିବା ବିବରଣୀ ମୁତାବକ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଗିରୀଶ ଚନ୍ଦ୍ରପୁର ଗାଁରେ ଗତ ୨୦୧୬ ମସିହା ସେପ୍ଟେମ୍ବର ୨୮ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା । ସ୍ତ୍ରୀର ଚରିତ୍ରକୁ ସନେ୍ଦହ କରି ସେହି ଗାଁର ଜିତୁ ଲୋହାର ନାମକ ଜଣେ ବ୍ୟକ୍ତି ତା ସ୍ତ୍ରୀକୁ ଏକ ଧାରୁଆ କଟୁରୀରେ ହାଣି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଥିଲା ।ଏ ସଂପର୍କରେ ପାଖ ପଡେ଼ାଶୀ ଜାଣିବା ପରେ ଖୁଣ୍ଟା ଥାନାରେ ତା ପର ଦିନ ୨୦୧୬ ମସିହା ସେପ୍ଟେମ୍ବର ୨୯ ତାରିଖରେ ପ୍ରାଣକୃଷ୍ଣ ନାଏକ ନାମକ ପଡୋଶୀ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଖୁଣ୍ଟା ଥାନା ପୁଲିସ ତଦନ୍ତ ଆରମ୍ଭ କରିବା ସହ ୩୦୨ ଦଫାରେ ଜିତୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ସେହି ଦିନରୁ ହତ୍ୟାକାରୀ ଜିତୁ ଲୋହାର ବିଚାରଧୀନ କଏଦୀ ଭାବେ ବାରିପଦା ମଣ୍ଡଳ କାରାଗାରରେ ରହିଆସୁଥିବା ବେଳେ ୨୩ତାରିଖରେ ଆଜୀବନ ଜେଲ ଦଣ୍ଡ ପାଇଁ ରାୟ ପ୍ରକାଶ ପରେ ପୁଣି ତାକୁ ଜେଲର କାଳ କୋଠରୀକୁ ପଠାଇ ଦିଆ ଯାଇଛି ।ଏହି ମାମଲାରେ ୨୧ଜଣ ସାକ୍ଷୀ ଥିଲେ ।ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ଆସାମୀର ବୟାନକୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଦୌରାଜଜ ଅଭିଯୁକ୍ତ ଜିତୁ ଲୋହାର ବିରୋଧରେ ତାଙ୍କ ରାୟ ଶୁଣାଇଛନ୍ତି । ଏହି ମାମଲାକୁ ପବ୍ଲିକ ପ୍ରସିକୁ୍ୟଟର ସସ୍ମିତା ମହାପାତ୍ର ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons