ହତ୍ୟାକାରୀକୁ ୧୦ବର୍ଷ ଜେଲ ଦଣ୍ଡ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ): ଏକ ନରହତ୍ୟା ମାମଲାର ବିଚାର କରି ଜିଲ୍ଲା ଓ ଦୌରା ଜଜ ପ୍ରଦୀପ କୁମାର ପଟ୍ଟନାୟକ ହତ୍ୟାକାରୀ କୁ ୧୦ବର୍ଷ ଜେଲ ଦଣ୍ଡ ସହିତ ୫ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ୬ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ନିଦେ୍ର୍ଧଶ ଦେଇଛନ୍ତି ।ଆସାମୀ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବିଦୁ କୁଡିଆ ଗ୍ରାମର ଜିତନ ସିଂଙ୍କ ପୁଅ ଗୁହିନ ସିଂ(୪୨) ।
କୋର୍ଟରୁ ମିଳିଥିବା ବିବରଣୀ ମୁତାବକ ଗତ ୨୦୧୬ ମସିହା ଅଗଷ୍ଟ ମାସ ୭ତାରିଖରେ ବୈଶିଙ୍ଗା ଥାନା ଅନ୍ତର୍ଗତ ବିଦୁ କୁଡିଆ ଗ୍ରାମରେ ଗୁହାଳରୁ ଛେଳି କାଢିବାକୁ ନେଇ ସାମାନ୍ୟ କଥାରେ ଯୁକ୍ତି ତର୍କ ହେବାରୁ ରଇବାରୀ ସିଂ (୫୦)ନାମକ ଜଣେ ଅବିବାହିତ ମହିଳାଙ୍କୁ ତାଙ୍କ ପୁତୁରା ଗୁହିନ ସିଂ ଠେଙ୍ଗାରେ ପିଟି ହତ୍ୟା କରିଥିଲା । ରଇବାରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ପରେ ବାଶ୍ୱେର ଏବଂ ସେଠାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ସେଠାରେ ରଇବାରୀଙ୍କର ୨୦୧୬ ମସିହା ଅଗଷ୍ଟ ୧୧ତାରିଖରେ ମୃତୁ୍ୟ ହୋଇଥିଲା । ରଇବାରୀଙ୍କ ମୃତୁ୍ୟ ପରେ ତାଙ୍କ ବଡ ଭଉଣୀ ଫୁଲମଣି ସିଂ ଏ ସଂପର୍କରେ ତା ପର ଦିନ ଅଗଷ୍ଟ ୧୨ ତାରିଖରେ ଲିଖିତ ଭାବେ ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ବୈଶିଙ୍ଗା ପୁଲିସ ଏ ନେଇ ସଙ୍ଗେ ସଙ୍ଗେ ୧୩୭/୧୬ରେ ମାମଲା ରୁଜୁ କରିବା ସହିତ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ଦିନରୁ ଅଭିଯୁକ୍ତ ଗୁହିନ ସିଂ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ମଙ୍ଗଳବାର ରାୟ ପ୍ରକାଶ ପାଇବାପରେ ବାରିପଦା ମଣ୍ଡଳକାରାଗାରକୁ ପଠାଇ ଦିଆ ଯାଇଛି । ଜିଲ୍ଲା ଓ ଦୌରାଜଜ କୋର୍ଟର ମାନ୍ୟବର ବିଚାରପତି ପ୍ରଦୀପ କୁମାର ପଟ୍ଟନାୟକ ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ ଆସାମୀର ବୟାନ ତଥା ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି । ଏହି ହତ୍ୟାକାଣ୍ଡ ମାମଲାରେ ମୋଟ ୧୭ଜଣ ସାକ୍ଷୀ ଥିବା ଜଣା ପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons