ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ): ନୂଆପଡ଼ା ସୀମାନ୍ତ ପଡେ଼ାଶୀ ରାଜ୍ୟ ଛତିଶଗଡ଼ରେ ଆଜି କିଶୋର କିଶୋରୀଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । କିଶୋର କିଶୋରୀ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅଞ୍ଚଳର ଏବଂ ସେମାନେ ହାଇସ୍କୁଲ ଛାତ୍ରଛାତ୍ରୀ ବୋଲି ଚିହ୍ନଟ କରାଯାଇଛି । ଛତିଶଗଡ଼ ପୁଲିସ ଶବ ଉଦ୍ଧାର କରି ଛାନ୍ଭିନ୍ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ ।
ଗତ ୮ ତାରିଖରେ ଜୋଙ୍କ ଥାନା ବୁଢିପାଲି ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ର ଓ ଖରିଆରରୋଡ ସହରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଯାଇଥିଲେ । ଉଭୟଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ, ହେଲେ କିଛି ଖୋଜ ଖବର ମିଳିନଥିଲା । ଆଜି ସକାଳେ ଖରିଆରରୋଡ ସହରରୁ ପ୍ରାୟ ୧୫ କିମି ଦୂରତାରେ ଛତିଶଗଡର ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଖଲ୍ଲାରୀ ଗାଁ ନିକଟ ଏକ ଜଙ୍ଗଲରେ ଉଭୟଙ୍କ ଗଳିତ ମୃତଦେହ ସ୍ଥାନୀୟ ଲୋକେ ଦେଖଥିଲେ । କୋମାଖାନ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ଏକ ଗଛର ଡାଳରେ ଓଢଣିରେ ଉଭୟଙ୍କ ବେକ ବନ୍ଧାଥିବା ଦେଖାଯାଇଥିଲା । ପୁଲିସ ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ଘଟଣା ବୋଲି କୁହାଯାଇଛି । ଅନ୍ୟପକ୍ଷେ କେହି ଉଭୟଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ମଧ୍ୟ ସ୍ଥାନୀୟ ଲୋକେ ସନେ୍ଦହ କରିଛନ୍ତି । ଅପରାହ୍ନରେ ପୁଲିସ ଉଭୟଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପ୍ରକାଶ ଯେ ୨୦୨୦ ମାର୍ଚ୍ଚ ୨ ତାରିଖରେ ଧରମବନ୍ଧା ଥାନା କୁକୁରିମୁଣ୍ଡା ଗାଁରେ ଜଣେ ସେବାଶ୍ରମ ଛାତ୍ରୀ ଓ ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଥିଲା । ଗତ ସେପ୍ଟେମ୍ବର ୨୬ ତାରିଖରେ ଧରମବନ୍ଧା ଥାନା ଭରୁଆମୁଣ୍ଡା ପଞ୍ଚାୟତ ଲୋଡ୍ରା ସ୍ଥିତ ଗୋଧଁସ ଜଳପ୍ରପାତରେ ପଡୋଶୀ ଛତିଶଗଡ ରାଜ୍ୟ ଗରିଆବନ୍ଦ ଜିଲ୍ଲା ପିପଲଛେଡି ଥାନା ଥୁହାପାନି ଗାଁର ଦୁଇ ପ୍ରେମୀ ଯୁଗଳ ଧନୀରାମ ଅଁଟି ଓ ଦେମତୀ ସୋରୀ ଡେଇଁ ନିଖୋଜ ହୋଇଥିଲେ । ଏହାର ୪୮ ଘଣ୍ଟା ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ବାରମ୍ବାର ଏଭଳି ଆତ୍ମହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons