୧୦ କିମି ଭାରରେ ବୁହାହେଲେ ଗର୍ଭବତୀ

Get real time updates directly on you device, subscribe now.

ମାଲକାନଗିରି,(ସତ୍ୟ ପ୍ରକାଶ ସାମଲଙ୍କଠାରୁ): ସ୍ୱାଭିମାନ ଅଞ୍ଚଳ ସୀମାରେ ପୁଣି ଏକ ଜନନୀ ଯନ୍ତ୍ରଣା ଦୃଶ୍ୟ ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚି ନପାରିବାରୁ ଜଣେ ଗର୍ଭବତୀଙ୍କୁ ୧୦ କିମି ଭାରରେ ବୁହାଯାଇଛି । ମହିଳା ହେଲେ ସ୍ୱାଭିମାନ ଅଞ୍ଚଳକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ରାଜ୍ୟ ଖଜୁରୀଗୁଡା ଗାଁର କୋଟେ ପାଙ୍ଗି ।
ଖଜୁରୀଗୁଡା ଆନ୍ଧ୍ର ଅଧୀନ । ଏଠାରେ କୌଣସି ମେଡିକାଲ ନଥିବାରୁ ଲୋକେ ସ୍ୱାଭିମାନ ଅଞ୍ଚଳର ଜାନବାଇ ମେଡିକାଲ ଉପରେ ନିର୍ଭର କରୁଛନ୍ତି । କୋଟେଙ୍କର ଆଜି ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ତାଙ୍କୁ ଜାନବାଇ ମେଡିକାଲକୁ ନେବାକୁ ଆମ୍ବୁଲାନ୍ସକୁ ଫୋନ୍ଯୋଗେ ସୂଚନା ଦେଇଥିଲେ । ଗାଁ ରାସ୍ତା ଭଲ ନଥିବାରୁ ପରିବାର ଲୋକେ ପ୍ରଥମେ କୋଟେଙ୍କୁ କୁନିଗୁଡା ପର୍ଯ୍ୟନ୍ତ ଭାରରେ ବୋହି ଆଣିଥିଲେ । କୁନିଗୁଡାରୁ ଜାନବାଇ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ କୁହାଯାଇଥିଲା । କିନ୍ତୁ ଗାଡିଟି କୁନିଗୁଡା ପର୍ଯ୍ୟନ୍ତ ଆସି ନପାରି ରୁମା ପାଖରେ ଅଟକି ରହିଥିଲା । ପରିବାର ଲୋକେ ପୁଣି ତାଙ୍କୁ ଭାରରେ ବୋହି ୧୦ କିମି ଦୂର ରୁମା ପର୍ଯ୍ୟନ୍ତ ବୋହିଥିଲେ । ପରେ ମହିଳାଙ୍କୁ ଆମ୍ବୁଲାନ୍ସରେ ଜାନବାଇ ମେଡିକାଲକୁ ନିଅଯାଇଥିଲା । ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । କୁନିଗୁଡା ଗାଁର ତ୍ରିପତି ଖିଲ ଓ ତାଙ୍କ ବନ୍ଧୁମାନେ ଏଥିରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons