୧୫ ଆକାଶିଆ ଗଛ କାଟିଦେଲେ

Get real time updates directly on you device, subscribe now.

ପାପଡାହାଣ୍ଡି,(ଗଗନ ଗନ୍ତାୟତଙ୍କଠାରୁ): ପାପଡାହାଣ୍ଡି ମୁଖ୍ୟରାସ୍ତା କଡରୁ କେହି ଦୁର୍ବୃତ୍ତ ୧୦ ରୁ ୧୫ ଟି ଆକାଶିଆ ଗଛ କାଟି ଦେଇଛନ୍ତି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଗ୍ରାମବାସୀ କହିଛନ୍ତି । ବନ ବିଭାଗ ପାଖରେ ଏ ବିଷୟରେ ଖବର ନଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ସୂଚନା ପାଇ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଡେଙ୍ଗାଗୁଡା ପଞ୍ଚାୟତ ସଦର ପ୍ରାଥମିକ ସ୍କୁଲ ନିକଟରେ ଗଛଗୁଡିକ ରହିଥିଲା । ସନ୍ଧ୍ୟାରେ ଦୁର୍ବୃତ୍ତ ମେସିନ ସାହାଯ୍ୟରେ ଏଗୁଡିକୁ କାଟି ଦେଇଛନ୍ତି । ସୁବିଧା ନହେବାରୁ ନେଇପାରିନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons