୨୯୮ କୋଟିର ଜଳପ୍ରକଳ୍ପକୁ ମଞ୍ଜୁରି

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୨୯୮ କୋଟି ୬୯ଲକ୍ଷ ୭୦ହଜାର ଟଙ୍କାର ଏକ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ ପକ୍ଷର ମଞ୍ଜୁରି ପ୍ରଦାନ କରାଯାଇଛି । କାଶୀପୁର ବ୍ଲକର ୨୪ ଟି ପଞ୍ଚାୟତର ୪୨୫ ଟି ଗାଁ ଓ ରାୟଗଡ଼ା ବ୍ଲକର ୪ଟି ପଞ୍ଚାୟତର ୪୯ ଗାଁକୁ ଜଳଯୋଗାଣ ଲକ୍ଷ୍ୟ ରଖାଯାଇଛି । ଏଥିରେ ୨ଟି ବୃହତ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ମଞ୍ଜୁର ହୋଇଥିବା ଜଣାପଡ଼ିଛି । ଏହାଦ୍ୱାରା କାଶୀପୁର ବ୍ଲକର ୧ ଲକ୍ଷ ୫୦ ହଜାର ଏବଂ ରାୟଗଡ଼ା ବ୍ଲକର ୧୫ ହଜାର ଲୋକ ପାନୀୟଜଳ ସୁବିଧା ପାଇପାରିବେ । ଦୀର୍ଘଦିନ ଧରି ଗାଁଗୁଡ଼ିକୁ ଜଳଯୋଗାଣରେ ହେଉଥିବା ଅସୁବିଧା ଦୂର ହୋଇପାରିବ ବୋଲି ସୂଚନା ଦିଆଯାଇଛି । ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆସନ୍ତା ୨ବର୍ଷ ମଧ୍ୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ ସହ ଏହି ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ରଖିଥିବା ବିଜେଡ଼ି କହିଛି । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା, ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ସଭ୍ୟ ପି.ଗୌରୀଶଙ୍କର, ବିଜେଡ଼ି ନେତା ବିନାୟକ କର, କୃଷ୍ଣ ମହାପାତ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons