୨ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ୍

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ୨୦୧୪ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଅଞ୍ଚଳରେ ଜଣେ ନାବାଳିକା ଗଣବଳାକ୍ରାରର ଶିକାର ହୋଇଥିଲେ । ଏହି ଘଟଣାରେ ପୁଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉକ୍ତ ମାମଲାର ବିଚାର କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସ ଅଦାଲତର ବିଚାରପତି ପାର୍ଥ ସାରଥୀ ପ;ନାୟକ ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅର୍ଥ ଅନାଦୟ ହେଲେ ଆସାମୀ ଦ୍ୱୟକୁ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଦର୍ଶାଇଛନ୍ତି ।
୨୦୧୪ ମସିହା ମେ ୧୨ ତାରିଖ ସୋମବାର ବଣାଇଁ ଥାନା ଅନ୍ତର୍ଗତ ପଖାଲମୁଣ୍ଡା ଗ୍ରାମର ଜଣେ ନାବାଳିକା ପଡୋଶୀ ସବିତା ଧିବର (୨୪) ସହ ଗ୍ରାମରେ ହେଉଥିବା ବିବାହ ଉତ୍ସବକୁ ଯାଇଥିଲେ । ବିବାହ ଉତ୍ସବ ସାରି ରାତି ପ୍ରାୟ ୧୨ଟାରେ ସବିତାଙ୍କ ସହ ନାବାଳିକା ଘରକୁ ଫେରୁଥିଲେ । ଏହି ସମୟରେ ବାଟରେ ହରି କିଷାନ (୨୫), ପ୍ରହ୍ଲାଦ କିଷାନ (୩୦) ଓ ଦୟାଲ କେର୍କେଟା ବାଟ ଓଗାଳି ଥିଲେ । ଘଟଣା ସ୍ଥଳରୁ ସବିତା ଦୌଡ଼ି ପଳାଇ ଯାଇଥିବା ବେଳେ ନାବାଳିକା ଜଣକ ତିନି ଜଣଙ୍କ ହାତରେ ପଡ଼ି ଯାଇଥିଲା । ଏହି ତିନି ଜଣ ନାବାଳିକାଙ୍କ ପାଟିକୁ ଗାମୁଛାରେ ବାନ୍ଧି ନଦୀ ପଠାକୁ ଟେକି ନେଇଥିଲେ । ନଦୀ ପଠାରେ ନିଜିତ ନାଏକ, ଗୁଡୁ ମୁଣ୍ଡା, ପେଟକୁ ମହାକୁଡ ବସି ମଦ ପିଉଥିବା ବେଳେ ସେମାନଙ୍କୁ ହରି ଓ ପ୍ରହ୍ଲାଦ ପାଟି କରି ଧମକ ଦେଇଥିଲେ । ଫଳରେ ସେମାନେ ସେଠାରୁ ଦୌଡ଼ି ପଳାଇଥିଲେ । ନାବାଳିକାଙ୍କୁ ତିନି ଜଣ ଜଣ ବଳାକ୍ରାର କରିଥିଲେ । ଭୋର ପ୍ରାୟ ୪ଟା ସମୟରେ ନାବାଳିକାଙ୍କୁ ତାଙ୍କ ଘର ସମ୍ମୁଖରେ ଆଣି ଛାଡ଼ି ଦେଇଥିଲେ । ‘କାହାକୁ କିଛି କହିବୁନି ନହେଲେ ଜୀବନରେ ମାରି ଦେବୁ’ ବୋଲି ଧମକ ଦେଇ ୩ଜଣ ଫେରାର ହୋଇଯାଇଥିଲେ । ନାବାଳିକା ଘର ଭିତରକୁ ଯାଇ ମା’ଙ୍କୁ ସମସ୍ତ ଘଟଣା ଜଣାଇଥିଲା । ଏ ଘଟଣାରେ ସବିତା ଧିବରଙ୍କ ହାତଥିବା ସନେ୍ଦହ କରି ସବିତା ଧିବର, ହରି କିଷାନ, ପ୍ରହ୍ଲାଦ କିଷାନ ଓ ଦୟାଲ କେର୍କେଟାଙ୍କ ନାମରେ ପୀଡ଼ିତା ବଣାଇଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଣାଇଁ ପୁଲିସ୍ ମାମଲା ରୁଜୁ କରିବା ସହ ସବିତା, ପ୍ରହ୍ଲାଦ ଓ ହରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାତ୍ର ଅନ୍ୟ ଜଣେ ଅଭିଯୁକ୍ତ ଦୟାଲ କେର୍କେଟା ଫେରାର ଥିବାରୁ ପୁଲିସ୍ ଏଯାଏ ତାକୁ ଗିରଫ କରିପାରିନି ।
ନାବାଳିକା ଜଣକ ଗଣବଳାକ୍ରାରର ଶିକାର ହୋଇଥିବାରୁ ଏହି ମାମଲାର ବିଚାର ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସ ଅଦାଲତରେ ଆରମ୍ଭ ହୋଇଥିଲା । ବିଚାର ସମୟରେ ଏଥିରେ ସବିତାଙ୍କ କୌଣସି ହାତ ଥିବା ପ୍ରମାଣ ନମିଳିବାରୁ ଅଦାଲତ ତାଙ୍କୁ ଛାଡ଼ି ଦେଇଥିଲେ । ଅନ୍ୟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବିଚାର ଆରମ୍ଭ ହୋଇଥିଲା । ୨୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଦୁଇ ଅଭିଯୁକ୍ତଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି । ମାମଲାକୁ ପରିଚାଳନା କରିଥିଲେ ସରକାରୀ ଓକିଲ ଦେବାଶିଷ ମିଶ୍ର । ବିଚାରପତି ପୁଲିସ୍କୁ ତାଗିଦ କରି ଫେରାର ଅଭିଯୁକ୍ତ ଦୟାଲ କେର୍କେଟାକୁ ତୁରନ୍ତ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଆଇନସେବା ପ୍ରାଧିକରଣ ସଂସ୍ଥା ପକ୍ଷରୁ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ବିଚାରପତି ନିଦେ୍ର୍ଧଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons