୨ ଟ୍ରାନ୍ସଫର୍ମର ଚୋରି

Get real time updates directly on you device, subscribe now.

ଝରିଗାଁ,(ଗଗନ ଗନ୍ତାୟତଙ୍କଠାରୁ): ଛଅ ଦିନ ଭିତରେ ଦୁଇଟି ଗାଁରୁ ଲକ୍ଷାଧିକ ଟଙ୍କାର ୨ ଟି ବିଦୁ୍ୟତ ଟ୍ରାନ୍ସଫର୍ମର ଚୋରି । ଦୁର୍ବୃତ୍ତ କୌଶଳ କରି ବିଦୁ୍ୟତ କାଟିବା ସହ ମାଉଣ୍ଟିଂ ଚ୍ୟାନେଲରୁ ଖୋଲି ନେଇଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ପଟାସିଲଗୁଡ଼ା ଏବଂ କୁଟ୍ରିଛାପର ପଞ୍ଚାୟତ ମାଣ୍ଡିଆଢୁସି ଗାଁରୁ ଏହି ଚୋରି ହୋଇଛି । ଏ ନେଇ ଝରିଗାଁ ଥାନାରେ ଏତଲା ଦିଆଯାଇଛି । ଦୁଇଟି ଯାକ ଗାଁରେ ଟ୍ରାନ୍ସଫର୍ମର ନଥିବାରୁ ଅନ୍ଧାରରେ ରହିଛି । ଲୋକେ ହଇରାଣ ହେଉଛନ୍ତି । ଚଳିତ ମାସ ୪ ତାରିଖରେ ମାଣ୍ଡିଆଢୁସି ଓ ଗତ ରବିବାର ପଟାସିଲଗୁଡାରେ ଚୋରି ହୋଇଛି । ଦୁଇଟି ଯାକ ଟ୍ରାନ୍ସଫର୍ମର ୨୫ କେଭିଏ କ୍ଷମତାର ଜଣାପଡିଛି । ରାତି ପ୍ରାୟ ୧୨ଟା ପରେ ୧୧ ହଜାର ଭୋଲ୍ଟ ବିଦୁ୍ୟତ ତାର କାଟି ୧୨ ଫୁଟ ଉଚ୍ଚରେ ବସାଯାଇଥିବା ମାଉଣ୍ଟିଂ ଚ୍ୟାନେଲରୁ ଟ୍ରାନ୍ସଫର୍ମରକୁ ଦୁର୍ବୃତ ନେଇଯାଇଛନ୍ତି । ବିଭାଗୀୟ କନିÂ ଯନ୍ତ୍ରୀ ରଜତ କୁମାର ମିଶ୍ର ଏ ନେଇ ସୋମବାର ଝରିଗାଁ ଥାନାରେ ଏତଲା ଦେଇଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି, ପେଶାଦାର ଦୁର୍ବୃତ୍ତ ଏହି କାଣ୍ଡ କରିଛନ୍ତି । ଟ୍ରାନ୍ସଫର୍ମର ଭିତରେ ଥିବା ତମ୍ବାତାର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ । ଏହାର ଲୁହା ଆବରଣର ଦା ୧୦ ହଜାର ଟଙ୍କାରୁ ଅଧିକ । ଯୋଜନାବଦ୍ଧଭାବେ ଏହି ଚୋରି କରାଯାଇଛି । ଅନ୍ୟପକ୍ଷରେ, ବିଦୁ୍ୟତ ନଥିବାରୁ ମାଣ୍ଡିଆଢ଼ୁସି ଗାଁରେ ବସବାସ କରୁଥିବା ୫୨ଟି ପରିବାର ଏବଂ ପଟାସିଲଗୁଡ଼ାରେ ରହୁଥିବା ୩୫ ପରିବାର ହଇରାଣ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons