୨ ଦିନରେ ୩ ମୃତ

Get real time updates directly on you device, subscribe now.

କାଲିମେଳା,(ବି.ବି.ନୁ୍ୟଜ): ଏମଭି-୭୯ ଥାନା ଏମ୍ପିଭି-୬୫ ଗାଁରେ ଦୁଇ ଦିନରେ ତିନି ଜଣଙ୍କର ମୃତୁ୍ୟ ହୋଇଛି । ଏ ନେଇ ଥାନାରେ ତିନୋଟି ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ଏମାନେ ହେଲେ ସୁଜିତ ରାୟ(୨୨), ଦୀପିକା ମଣ୍ଡଳ(୩୫) ଓ ଯମୁନା ମଣ୍ଡଳ(୪୦) । ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଗତ ୧୩ ତାରିଖରେ ସୁଜିତଙ୍କ ମୃତଦେହ ତାଙ୍କ ଘରଠାରୁ ମାତ୍ର ୫୦ ମିଟର ଦୂର ଏକ ଗଛରୁ ଉଦ୍ଧାର କରାଯାଇଥିଲା । ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାର ଗୋଟିଏ ଦିନ ପରେ ଦୀପିକାଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ତାଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସେ ଲୁଗା ସାହାଯ୍ୟରେ ଗଛରେ ଝୁଲି ପଡିଥିଲେ । ଘରଠାରୁ ମାତ୍ର ୨ ଶହ ମିଟର ଦୂରରେ ସେ ଏହି କାଣ୍ଡ କରିଛନ୍ତି । ସେହିଦିନ ଯମୁନାଙ୍କର ମଧ୍ୟ ମୃତୁ୍ୟ ହୋଇଛି । ଯମୁନା ପଡୋଶୀଙ୍କ ଘରକୁ ଯାଇ ଫେରୁଥିବା ବେଳେ ବାଟରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ତୁରନ୍ତ ତାଙ୍କୁ ଏକ ଅଟୋରେ କାଲିମେଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ତାଙ୍କର ମୃତୁ୍ୟ ହୋଇଥିଲା । ପୁଲିସ ବ୍ୟବଚ୍ଛେଦ ପରେ ତିନୋଟି ଯାକ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମାମଲାଗୁଡିକର ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons