୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ କାର ଜବତ

Get real time updates directly on you device, subscribe now.

ଖୋର୍ଦ୍ଧା: ଧଳାଜହର ବିକ୍ରି କରୁଥିଲେ ସ୍ୱାମୀ ଓ ତାର ନାବାଳିକା ପତ୍ନୀ । ଆଉ ଏହି ସମୟରେ ମାଡିବସିଲା ପୋଲିସ । ସେମାନଙ୍କ ଠାରୁ ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ କାର ଓ ବାଇକ ଜବତ କରି ଘଟଣାରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁଜଙ୍ଗ ଅଂଚଳରେ ବ୍ରାଉନସୁଗାର ବ୍ୟବସାୟ ହେଉଥିବା ବେଳେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ନନ୍ଦ କିଶୋର ସାହୁ ଓ ତାର ନାବାଳିକା ପତ୍ନୀ ସହ ଉକ୍ତ ଅଂଚଳର ସଂଗ୍ରାମ ସାମନ୍ତରାୟ, ସୋମନାଥ ବେହେରା ଏବଂ ସଂଜୀବ ସାହୁକୁ ଗିରଫ କରିଛି । ସେମାନଙ୍କ ଠାରୁ ୩୧୦ ଗ୍ରାମ ବ୍ରାଉନସୁଗାର ଗୋଟିଏ କାର ଓ ଗୋଟିଏ ବାଇକକୁ ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons