୩ ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ୨୦୧୬ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଅଞ୍ଚଳରେ ଘଟିଥିବା ନାବାଳିକାଙ୍କୁ ଗଣବଳାକ୍ରାର ଘଟଣାର ବିଚାର କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପାର୍ଥ ସାରଥୀ ପଟ୍ଟନାୟକ ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ମିଳିବ ।
ଘଟଣା ବିବରଣୀରୁ ପ୍ରକାଶ ଯେ, ରାଏବଗା କରଟୋଲି ଘୋଘର ଚର୍ଚ୍ଚରେ କାର୍ଯ୍ୟକ୍ରମ ଥିବାରୁ ସେଠାକୁ ଜଣେ ଯୁବତୀ ତାଙ୍କ ନାବାଳିକା ବାନ୍ଧବୀ ସହ ୨୦୧୬ ଅକ୍ଟୋବର ୧୨ ତାରିଖରେ ଯାଇଥିଲେ । ସେଠାରୁ କାର୍ଯ୍ୟକ୍ରମ ସାରି ସେମାନେ ରାତି ୭ଟାରେ ଫେରି ଏକ ଦୋକାନକୁ ଯାଇଥିଲେ । ସେହି ଦୋକାନ ନିକଟରେ ଝୁନୁମୁର ଗ୍ରାମର ଦୁଇ ଜଣ ଯୁବକଙ୍କ ସହ ଦେଖା ହୋଇଥିଲା । ଯୁବତୀ ଓ ନାବାଳିକା ଯୁବକ ଦ୍ୱୟଙ୍କ ସହ କଥା ହେଉଥିବା ବେଳେ ରାଏବଗା ଖଇରବାହାଲ ଗ୍ରାମର ମୁକ୍ତି ବାଡ଼ା (୨୪), ବୀରେନ୍ଦ୍ର ଲାକ୍ରା (୨୪) ଓ ଅଜୟ କୁଜୁର (୨୫) ଏବଂ ଅନ୍ୟ ଦୁଇ ଜଣ ନାବାଳକ ସେଠାରେ ପହଞ୍ଚିଥିଲେ । କାହିଁକି ଯୁବକ ଦ୍ୱୟଙ୍କ କଥା ହେଉଛୁ ବୋଲି କହି ଯୁବତୀଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏପରିକି ଯୁବକ ଦ୍ୱୟଙ୍କ ମୋବାଇଲ ଏବଂ ଯୁବତୀଙ୍କ ମୋବାଇଲ ଛଡ଼ାଇ ନେଇଥିଲେ । ଯୁବତୀ ଓ ନାବାଳିକାଙ୍କୁ ଧମକଚମକ ଦେଇ ନିକଟସ୍ଥ ଜଙ୍ଗଲକୁ ଜୋରଜବରଦସ୍ତ ନେଇ ଗଣବଳାକ୍ରାର କରିଥିଲେ ।
ରାଏବଗା ଥାନାରେ ଏ ନେଇ ଏତଲା ଦିଆଯାଇଥିଲା । ପୁଲିସ୍ ମାମଲା ରୁଜୁ କରି ମୁକ୍ତି, ବୀରେନ୍ଦ୍ର ଓ ଅଜୟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଏହି ମାମଲାର ବିଚାର ଆରମ୍ଭ ହୋଇଥିଲା । ୨୭ ଜଣ ସାକ୍ଷୀଙ୍କ ବୟାନ ଓ ପାରିପାଶ୍ୱିର୍କ ଦସ୍ତାବିଜକୁ ଆଧାର କରି ବିଚାରପତି ପାର୍ଥ ସାରଥୀ ପଟ୍ଟନାୟକ ୩ ଅଭିଯୁକ୍ତ ମୁକ୍ତି ବାଡ଼ା, ବୀରେନ୍ଦ୍ର ମାଝି ଓ ଅଜୟ କୁଜୁରକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons