୬୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

Get real time updates directly on you device, subscribe now.

କରଞ୍ଜିଆ : ମୟୁରଭଞ୍ଜରେ ଲଜ୍ଜା। ଶୁକୃଳି ସାପ୍ତାହିକ ହାଟରୁ ଫେରୁଥିବା ବେଳେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ। ରରୁଆଁ ଥାନା ଅନ୍ତର୍ଗତ ଭଣ୍ଡନ ନଦୀ କୂଳରେ ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୃଦ୍ଧା ଜଣଙ୍କ ସାପ୍ତାହିକ ହାଟରୁ ଫେରୁଥିବା ବେଳେ ତାଙ୍କୁ ଗାଁରେ ଛାଡିଦେବେ ବୋଲି କହି ୨ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ନଦୀକୂଳକୁ ନେଇ ଗଣଦୁଷ୍କର୍ମ କରିଛନ୍ତି।
ସୂଚନାନୁଯାୟୀ, ଗତକାଲି ରାତିରେ ଶୁକୃଳି ସାପ୍ତାହିକ ହାଟରୁ ଜଣେ ୬୦ ବର୍ଷୀୟା ବୃଦ୍ଧା ଫେରୁଥିବା ବେଳେ ଗାଁକୁ ପହଞ୍ଚାଇ ଦେବେ ବୋଲି ୨ ଜଣ ଦୁର୍ବୃତ୍ତ କହିଥିଲେ। ଏହାପରେ ବୃଦ୍ଧାଙ୍କୁ ୨ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଗାଁରେ ପହଞ୍ଚାଇବା ପରିବର୍ତ୍ତେ ନଦୀକୂଳକୁ ନେଇଯାଇଥିଲେ। ସେଠାରୁ ୭ ରୁ ୮ ଜଣ ଦୁର୍ବୃତ୍ତ ମିଶି ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ କରିବା ବେଳେ ବୃଦ୍ଧା ଜଣଙ୍କ ପାଟି କରିବାରୁ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡ ଓ ଅନ୍ୟାନ୍ୟ ସ୍ଥାନକୁ ଆକ୍ରମଣ କରି ସେଠାରେ ଛାଡି ଚାଲିଯାଇଥିଲେ।
କିଛି ସମୟରେ ପରେ ଶୁକୃଳି ଓ ରରଆଁ ରାସ୍ତାରେ ବୃଦ୍ଧା ଜଣକ ଉଲଗ୍ନ ଅବସ୍ଥାରେ ବସି କାନ୍ଦୁଥିବାର ଦେଖି ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗ କର୍ମଚାରୀକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଶୁକୃଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଖବର ପାଇ ରରୁଆଁ ପୋଲିସ ବୃଦ୍ଧାଙ୍କ ବୟାନ ଅନୁଯାୟୀ ଏକ ମାମଲା ରୁଜ୍ଜ କରି ତଦନ୍ତ ଜାରି ରଖିଥିବାବେଳେ ବୃଦ୍ଧାଙ୍କ ଘର ଶୁକୃଳି ବ୍ଲକ ଏକଘରି ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons