୭ ମହିଳା ସହ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

Get real time updates directly on you device, subscribe now.

ମାଲକାନଗିରି,(ସତ୍ୟ ପ୍ରକାଶ ସାମଲଙ୍କଠାରୁ): ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲା ପୁଲିସକୁ ମିଳିଛି ବଡ଼ସଫଳତା । ମାଓସଂଗଠନ ଛାଡ଼ି ଏକାସାଥିରେ ୨୪ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୭ ଜଣ ମହିଳା ରହିଛନ୍ତି । ସୁକୁମା ଜିଲ୍ଲା କିସ୍ତିରାମଠାରେ ଥିବା ୨୧୨ କୋବ୍ରା ବାଟାଲିଅନ୍ କ୍ୟାମ୍ପ୍ରେ ବସ୍ତର ଆଇଜି ସୁନ୍ଦରରାଜ ପି, ସୁକୁମା ଏସ୍ପି ସୁନୀଲ ଶର୍ମା, ସିଆର୍ପିଏଫ୍ କମାଣ୍ଡାଣ୍ଟ୍ ଜେପି ବତାଇଙ୍କ ଉପସ୍ଥିତିରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ସିଆର୍ପିଏଫ୍ କ୍ୟାମ୍ପ୍ରେ ଉକ୍ତ ମାଓବାଦୀ ଓ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ଦିଆଯାଇଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଦିଆଯିବ ବୋଲି ଆଇଜି କହିଛନ୍ତି । ଗୋଟିଏ ଦିନରେ ୨୪ ଜଣ ମାଓବାଦୀ ସଂଗଠନ ଛାଡ଼ିବା ପରେ ବସ୍ତର ଦରଭା ମାଓବାଦୀ ଡିଭିଜନକୁ ଶକ୍ତ ଧକ୍କା ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons