ନୀଳଗିରି : ଘରୋଇ କଳିର କରୁଣ ପରିଣତି । କ୍ରୋଧର ବଶବର୍ତ୍ତୀ ହୋଇ ଜଣେ ଯୁବକ ତାର ଅଜା ଓ ମାଉସୀକୁ ହାଣି ଗୁରୁତର କରିପକାଇଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ନୂଆଗାଁ ପଂଚାୟତ ଅଧିନ ନରହରିପୁରରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନାନୁସାରେ, ରେମୁଣା ବ୍ଲକ ନୂଆଗାଁ ପଂଚାୟତ ଅଧିନ ନରହରିପୁର ଚନ୍ଦ୍ରା ସିଂ (୬୫)ଙ୍କ ସହିତ ତାଙ୍କ ନାତିର କୌଣସି କାରଣରୁ ଝଗଡା ଲାଗିଥିଲା। ଏଥିରେ ନାତି ରାଗି ଯାଇ ଚନ୍ଦ୍ରାଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ଏକ କଟୁରିରେ ହାଣି ପକାଇଥିଲା । ପରେ ତାଙ୍କ ମାଉସୀ ପୁନି ସିଂ (୩୫) ଛଡ଼ାଇବାକୁ ଆସିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ଗୁରୁତର ଭାବେ ପ୍ରଥମେ ଉଭୟ ଚନ୍ଦ୍ରା ଓ ପୁନିଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ ପରେ ନାତି ଫେରାର ହୋଇଯାଇଛି।


Comments are closed, but trackbacks and pingbacks are open.