ଅଟୋ ଓଲଟି ଜଣେ ମୃତ, ୨ ଗୁରୁତର

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ୍): ଲମତାପୁଟ ଫାଣ୍ଡି ତୁସୁବା ଗାଁ ନିକଟରେ ଏକ ଅଟୋ ଓଲଟି ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ କୋଡାରାମା ଚନ୍ଦ୍ର । ଆହତମାନେ ହେଲେ ଅଟୋଚାଳକ ରାମ ସ୍ୱାମୀ, ନାଗେଶ ରାଓ । ଆହତଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ପୁଲିସ୍ ସୂଚନା ଅନୁଯାୟୀ, ଲମତାପୁଟର ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ସମ୍ପର୍କୀୟଙ୍କୁ ଦେଖିବା ଲାଗି ଏକ ଅଟୋ(ଏପି-୩୧ଟିସି-୭୮୫୪)ରେ ଆନ୍ଧ୍ରପ୍ରଦେଶର ବୁଦ୍ଧାପଡା ଗାଁର ୫ଜଣ ଆସୁଥିଲେ । ତୁସୁବା ଗାଁ ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଦୁର୍ଘଟଣାରେ କୋଡାରାମା ଚନ୍ଦ୍ରଙ୍କ ମୃତୁ୍ୟ ହୋଇଥିବା ବେଳେ ଅଟୋଚାଳକ ରାମ ଆହତ ହୋଇଛନ୍ତି । ସେହିପରି ଅଟୋରେ ବସିଥିବା ନାଗେଶଙ୍କ ଗୋଡ଼ ଭାଙ୍ଗିଯାଇଛି । ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଲମତାପୁଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍କୁ ପଠାଇଥିଲେ । ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରାଯାଇଛି । ଏ ସମ୍ପର୍କରେ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ତଦନ୍ତ ଚାଲୁ ରହିଥିବା ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons