ଅଟୋ ଚାଳକଙ୍କୁ ୪୭ ହଜାର ଫାଇନ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମଦ ପିଇ ଅଟୋ ଚଳାଇବା ମହଙ୍ଗା ପଡିଛି ଜଣେ ଚାଳକଙ୍କୁ । ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ଆରଟିଓ କର୍ମଚାରାମାନେ ଜଣେ ମଦ୍ୟପ ଅଟୋ ଚାଳକଙ୍କୁ ଧରି ୪୭ ହଜାର ୫୦୦ ଟଙ୍କା ଫାଇନ୍ କରିଛନ୍ତି । ଚାଳକ ଜଣଙ୍କ ହେଲେ ବଡ଼ଗଡ଼ରେ ରହୁଥିବା ନୟାଗଡ଼ର ହାଡିବନ୍ଧୁ କହଁର । ତେବେ ଚାଳକ ଫାଇନ୍ ନ ଦେଇ ଗାଡ଼ି ଛାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ଆରଟିଓ-୨ ପକ୍ଷରୁ ଗାଡ଼ି ମାଲିକ କଣ୍ଡୁରି ଖଟୁଆଙ୍କ ନାଁରେ ନୋଟିସ୍ ଜାରି କରାଯାଇଛି ।
ମିଳିଥିବା ସୂଚନା ମୁତାବକ, ବୁଧବାର ଅପରାହ୍ଣ ପ୍ରାୟ ସାଢେ଼ ୧୨ ବେଳେ ହାଡିବନ୍ଧୁ ମଦ ପିଇ ୫ ଜଣ ଯାତ୍ରୀଙ୍କୁ ବସାଇ ଆଚାର୍ଯ୍ୟ ବିହାର ଛକରୁ ଆପୋଲୋ ହସ୍ପିଟାଲ୍ ଆଡ଼କୁ ଯାଉଥିଲେ । ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଆପୋଲୋ ହସ୍ପିଟାଲ ନିକଟରେ ଗାଡ଼ି ମୋଟର ଯାଞ୍ଚ କରାଯାଉଥିଲା । ସେମାନେ ହାଡିବନ୍ଧୁଙ୍କୁ ଅଟକାଇ ଗାଡ଼ି କାଗଜପତ୍ର ମାଗିଥିଲେ । ହେଲେ ସେ ଡ୍ରାଇଭିଂ ଲାଇସେନ୍ସ, ଆରସି, ପଲୁ୍ୟସନ୍ ସାର୍ଟିଫିକେଟ୍, ଫିଟ୍ନେସ୍ ସାର୍ଟିଫିକେଟ୍, ଗାଡ଼ିର ଇନ୍ସୁ୍ୟରାନ୍ସ ବାବଦରେ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ଫଳରେ ଆରଟିଓ-୨ ତାଙ୍କୁ ୪୭ ହଜାର ୫୦୦ଟଙ୍କାର ଏକ ଲମ୍ବା ରସିଦ୍ ଧରାଇ ଦେଇଥିଲେ । ହେଲେ ଚାଳକ ହାଡିବନ୍ଧୁ ଟଙ୍କା ଦେଇ ପାରିବେ ନାହିଁ ବୋଲି ମନା କରି ସେଠାରୁ ପଳାଇ ଯାଇଥିଲେ ।
୮ଟି ନିୟମ ଉଲ୍ଲଂଘନ କରିଥିବା କାରଣରୁ ହାଡ଼ିବନ୍ଧୁଙ୍କ ଉପରେ ୪୭ ହଜାର ୫୦୦ ଟଙ୍କା ଫାଇନ ହୋଇଛି । ଅଯୋଗ୍ୟ ବ୍ୟକ୍ତି ଗାଡ଼ି ଚଳାଉଥିବାରୁ ୫ ହଜାର ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର, ମଦ୍ୟପାନ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର, ପ୍ରଦୂଷଣ ସାର୍ଟିଫିକେଟ ପାଇଁ ୧୦ ହଜାର, ବିନା ଆରସି ପାଇଁ ୧୦ ହଜାର, ଗାଡ଼ିର ଇନ୍ସୁ୍ୟରାନ୍ସ ନଥିବାରୁ ୨ ହଜାର ଓ ସାଧାରଣ ଅପରାଧ ପାଇଁ ୫ ଶହ ଟଙ୍କା ଫାଇନ୍ ହୋଇଛି । ଆରଟିଓ ଗାଡ଼ି ଜବତ କରି ନିଜ ହେପାଜତକୁ ନେଇଛନ୍ତି । ଜଣେ ଅଟୋ ଚାଳକଙ୍କୁ ଏତେ ଟଙ୍କାର ଫାଇନ ହୋଇଥିବା ଖବର ବିଜୁଳି ବେଗରେ ସହର ସାରା ବ୍ୟାପିଯିବା ପରେ ରାଜଧାନୀର ଅଟୋ ଚାଳକଙ୍କ ମନରେ ଛନକା ପଶିଥିଲା । କିଛି ଚାଳକ ଅଟୋ ନେଇ ଘରକୁ ପଳାଇ ଯାଇଥିବା ଦେଖାଯାଇଥିଲା ।
ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରା କହିଛନ୍ତି, ଗାଡ଼ି ଆମେ ଜବତ କରିଛୁ । ନିୟମ ଅନୁସାରେ ଗାଡି ମାଲିକ ଫାଇନ୍ ଦେବେ । ନ’ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ । ତେବେ ନୂଆ ଆଇନ ଆନୁସାରେ ଆଗକୁ ଆହୁରି କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।
ହାଡିବନ୍ଧୁ ଗତ ୧୦ ଦିନ ତଳେ ନୟାଗଡ଼ ଗଣିଆ ଥାନା କିଶୋର ପ୍ରସାଦ ଅଞ୍ଚଳର କଣ୍ଡୁରି ଖଟୁଆଙ୍କ ଠାରୁ ୨୫ ହଜାର ଟଙ୍କା ଦେଇ ଅଟୋ କିଣିଥିଲେ । ଏପର୍ଯ୍ୟନ୍ତ ଗାଡ଼ି ଓନ୍ରସିପ୍ ବଦଳି ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons