ଅଢେ଼ଇ ଲକ୍ଷ ଝାମ୍ପି ନେଲେ ଲୁଟେରା

Get real time updates directly on you device, subscribe now.

ନୀଳଗିରି : ଆଖି ପିଛୁଳାକେ ଝାମ୍ପି ନେଲେ ଅଢେଇ ଲକ୍ଷ ଟଙ୍କା । ନୀଳଗିରି ଥାନା ଅନ୍ତର୍ଗତ ହାଟସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନୀଳଗିରି ସ୍ଥିତ ଏସବିଆଇ ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କା ଉଠାଇ ଆକ୍ସିସ ବ୍ୟାଙ୍କକୁ ଡିପୋଜିଟ୍ କରିବା ପାଇଁ ଯାଉଥିଲେ । ବ୍ୟାଙ୍କ ସମ୍ମୁଖରୁ ଗାଡି ଡିକିରୁ ଟଙ୍କା କାଢୁଥିବା ସମୟରେ କଳା ପଲସର ବାଇକ୍‌ରୁ ଦୁଇ ଜଣ ଦୁର୍ବୃତ୍ତ ଆସି ଅଢ଼େଇ ଲକ୍ଷ ଟଙ୍କା ଝାମ୍ପି ନେଲେ । ଖବର ପାଇ ନୀଳଗିରି ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons