ଅନିଲ ଦେଶମୁଖଙ୍କ ୨ ସହଯୋଗୀ ଗିରଫ

Get real time updates directly on you device, subscribe now.

ମୁମ୍ବାଇ: ବଳପୂର୍ବକ ଟଙ୍କା ଆଦାୟ ମାମଲାରେ ଛନ୍ଦି ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଦୁଇଜଣ ସହଯୋଗୀଙ୍କୁ ଇଡି (ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ) ଆଜି ଗିରଫ କରିଛି । ଗିରଫ ଦୁଇଜଣ ହେଲେ ଦେଶମୁଖଙ୍କ ପିଏସ୍ କୁନ୍ଦନ ସିନେ୍ଦ ଓ ପିଏ ସଞ୍ଜୀବ ପାଲାନେ୍ଦ । ଗତକାଲି ରାତିରେ ଇଡି ଅଧିକାରୀମାନେ ମୁମ୍ବାଇ ଓ ନାଗପୁରର କେତେକ ସ୍ଥାନରେ ଚଢ଼ାଉ କରିଥିଲେ । ଦେଶମୁଖଙ୍କ ଘର ସମେତ କୁନ୍ଦର ଓ ସଞ୍ଜୀବଙ୍କ ଘରେ ମଧ୍ୟ ରେଡ୍ କରାଯାଇଥିଲା । ଇଡି ଅଧିକାରୀମାନେ ଉଭୟଙ୍କୁ ଗତକାଲି ରାତିରେ ଉଠାଇ ଆଣିଥିଲା । ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦେଶମୁଖଙ୍କୁ ପଚରାଉଚୁରା ଲାଗି ଇଡି ସମନ୍ ଜାରି କରିଥିଲେ ମଧ୍ୟ ସେ ଆଜି ହାଜର ନହୋଇ ସମୟ ମାଗିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons