ଅପମିଶ୍ରିତ ପେଟ୍ରୋଲକୁ ନେଇ ତାତିଲେ ଗ୍ରାହକ

Get real time updates directly on you device, subscribe now.

ମୟୂରଭଞ୍ଜ : ପାଣି ମିଶ୍ରିତ ପେଟ୍ରୋଲ ବିକ୍ରି ଅଭିଯୋଗକୁନେଇ ବିବାଦ ଘେରୋରେ ପେଟ୍ରୋଲ ପମ୍ପ, ଗ୍ରାହକଙ୍କ ମଧ୍ୟରେ ଉତ୍ତେଜନା।ଏଭଳି ଅଭିଯୋଗ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏସାର ପେଟ୍ରୋଲ ପମ୍ପ ବିରୋଧରେ ଆଣିଲେ ଜନୈକ ଗ୍ରାହକ। ଏସାର ପେଟ୍ରୋଲ ପମ୍ପରୁ ଆଜି ଜୈନିକ ବ୍ୟକ୍ତି ନିଜ ବାଇକରେ ପାଖାପାଖି ୧୫ଲିଟର ପେଟ୍ରୋଲ ପକାଇବାର କିଛି ସମୟ ପରେ ହଠାତ ଇଞ୍ଜିନ ବନ୍ଦ ହେଇଯିବା ସହ ଫୁଏଲ ପାଇପରୁ ୧.୫ଲିଟର ପାଣି ବାହାରିଥିଲା।ତେବେ ବାଇକଟାଙ୍କିରୁ ପାଣି ବାହାରିବା ନେଇ ପେଟ୍ରୋଲ ପମ୍ପରେ କିଛି ସମୟ ଧରି ଗ୍ରାହକ ଓ ମାଲିକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ଥିଲା। ଏହି ସମୟରେ ପେଟ୍ରୋଲ ପାଇଁ ପମ୍ପକୁ ଆସୁଥିବା ଅନ୍ୟ ଗ୍ରାହକମାନେ ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିବା ସହିତ ଉତ୍ତେଜନା ସୃଷ୍ଟି ହୋଇଥିଲା।ତେବେ ଏନେଇ ଖବର ପହଞ୍ଚିଥିଲା ବ୍ଲକ ଯୋଗାଣ ନିରୀକ୍ଷାକଙ୍କ ନିକଟରେ। ଏଭଳି ସାଂଘାତିକ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପେଟ୍ରୋଲ ପମ୍ପରେ ତତ୍କାଳ ଉତ୍ପାଦ ବିକ୍ରି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତାକାଲି ଏସାର କମ୍ପାନୀ କତ୍ତୃପକ୍ଷଙ୍କ ଉପସ୍ଥିତିରେ ସମ୍ପୃକ୍ତ ପେଟ୍ରୋଲ ପମ୍ପର ସବିଶେଷ ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆର ସହକାରୀ ଯୋଗାଣ ଅଧିକାରୀ। ଯଦି ଅଭିଯୋଗ ସତ ହୋଇଥାଏ ତେବେ କେତେ ଗ୍ରାହକଙ୍କୁ ପାଣି ମିଶ୍ରିତ ପେଟ୍ରୋଲ ବିକ୍ରି ହୋଇଛି ତାର ଆକଳନ କରାଯାଇ ସଂପୃକ୍ତ ମାଲିକ ଓ ପେଟ୍ରୋଲ ପମ୍ପ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସହ ବ୍ୟବସାୟିକ ଅନୁମତି ପ୍ରତ୍ୟାହାର କରାଯିବା ଉଚିତ ବୋଲି ମତପ୍ରକାଶ ପାଉଛି।

ରିପୋର୍ଟ: ଘାଷିରାମ ବେହେରା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons