ଅମ୍ଫାନର ପ୍ରଭାବରେ ଗୋପାଳପୁର ସମୁଦ୍ର ଅଶାନ୍ତ

Get real time updates directly on you device, subscribe now.

ବ୍ରହ୍ମପୁର: ସମ୍ଭାବ୍ୟ ମହାବାତ୍ୟା ଅମ୍ଫାନର ପ୍ରଭାବରେ ଗୋପାଳପୁର ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ସମୁଦ୍ର ଫୁଲିଛି। ବଡବଡ ଜୁଆର ଆସୁଛି। ସମୁଦ୍ର କୂଳ ଅଞ୍ଚଳର ସମସ୍ଥ ଦୋକାନ ବଜାର ବନ୍ଦ ରହିଛି। ମଝିରେ ମଝିରେ ଝିପି ଝିପି ବର୍ଷା ସାଙ୍ଗକୁ କୋହଲିଆ ପବନ ପରିବେଶକୁ ମେଘାଚ୍ଛନ୍ନ କରି ଦେଇଛି। ଯଦି ଗଞାମ ଜିଲ୍ଲା କୁ ସେତେଟା ପ୍ରଭାବ ନାହିଁ ତଥାପି ଲୋକଙ୍କ ମନରେ ଏବେ ବି ଭୟ ରହିଛି। ସେପଟେ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ସେମିତି କିଛି ରହିବ ନାହିଁ। ଏଥିରେ ଗଞ୍ଜାମ ଜିଲ୍ଲାବାସୀ ଏବଂ ଦକ୍ଷିଣ ଓଡିଶାବାସୀ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଗୋପାଳପୁର ଡପଲାର୍ ରାଡର୍ ପାଣିପାଗ ବିଶେଷଜ୍ଞ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons