ଅମ୍ଫାନ୍ରେ ଦୁଇ ଜଣଙ୍କ ମୃତୁ୍ୟ

Get real time updates directly on you device, subscribe now.

କେନ୍ଦ୍ରପଡା: ବାତ୍ୟା ଅମ୍ଫାନ ନେଲା ଦ୍ବିତୀୟ ମୁଣ୍ଡ। ବାତ୍ୟା ଅମ୍ଫାନରେ କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ଅଞ୍ଚଳରେ ୫୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ କୋଇଲି ବେହେରା, ବାତ୍ୟା ଆଶ୍ରୟସ୍ଥଳୀକୁ ନଯାଇ ନିଜ ଘରେ ଥିଲେ। ସେହିପରି ଭଦ୍ରକରେ ବର୍ଷା ଓ ପବନ ଯୋଗୁଁ କାନ୍ଥ ପଡି ଶିଶୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁଁ ମାଟିର ଘରର କାନ୍ଥ ପଡି ୨ ମାସର ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି।। ତିହିଡି ବ୍ଲକ କାଂପଡା ପଞ୍ଚାୟତ ଦକ୍ଷିଣପାରି ଗାଁରେ ଗତକାଲି ଠାରୁ ପ୍ରବଳ ବର୍ଷା ଯୋଗୁଁ ଵଳରାମ ଦାସଙ୍କ ମାଟି ଘରର କାନ୍ଥ ଖସି ପଡିଥିବା ସୂଚନା ମିଳିଛି । ରାତିରେ ମାଆ ଓ ୩ ମାସର ଶିଶୁ ପୁଅ ଘରେ ଶୋଇଥିଲା ଵେଳେ ଏହି କାନ୍ଥ ଖସି ପଡିଥିଲା । ଏଥିରେ ମାଆ ସାମାନ୍ୟ ଆହତ ହୋଇଥିଲା ଵେଳେ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons