ଅମ୍ଫାନ୍ର ଆଖିର ବ୍ୟାସାଦ୍ଧ୍ୟ ୩୦ କିମି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୪ ଘଣ୍ଟା ପରେ ବି ଅମ୍ଫାନ୍ ମହାବାତ୍ୟା ଆକାରରେ ଆଗକୁ ବଢ଼ୁଛି । ବୁଧବାର ସକାଳ ଯାଏ ଏହା ମହାବାତ୍ୟା ଆକାରରେ ରହିବ । ବାତ୍ୟାର ଆଖିକୁ ଦେଖି ତାର ତୀବ୍ରତା ଆକଳନ କରାଯାଇଥାଏ । ଆଉ ମହାବାତ୍ୟା ଅମ୍ଫାନ୍ ଆଖିର ବ୍ୟାସାର୍ଦ୍ଧ ୩୦ କି.ମି. ରହିଛି । ଏହାର ବାହ୍ୟ ଅଂଶଟିର ଆକାର । ବହୁତ ବଡ଼ । ଏହା ଓଡ଼ିଶାରେ ପ୍ରବେଶ କଲାଣି । ଭୁବନେଶ୍ୱରରେ ଆଉଟ୍ର କ୍ଲାଉଡ୍ ପ୍ରବେଶ କଲାଣି ଆକାଶ ମେଘୁଆ ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ବାତ୍ୟା ବିଭାଗ ମୁଖ୍ୟ ଆର.କେ. ଜେନାମଣି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅମ୍ଫାନ ପ୍ରଭାବରେ ମଙ୍ଗଳବାର ଓଡ଼ିଶା ଉପକୂଳରେ ପବନ ବହିବା ଆରମ୍ଭ ହୋଇଯାଇଛି । ଆଜି ୪୫ରୁ ୫୫ କି.ମି. ବେଗରେ ପବନ ବୋହିବ । ରାତିରେ ଘଣ୍ଟା ପ୍ରତି ୭୫ରୁ ୯୫ କି.ମି. ଯାଏ ପନବ ହେବ । ବୁଧବାର ସକାଳୁ ୧୧୦ରୁ ୧୩୦ କି.ମି. ଯାଏ ପବନ ବଢ଼ିବ । ଶ୍ରୀ ଜେନାମଣି କହିଛନ୍ତି, ମଙ୍ଗଳବାର ରାତିରେ ଗୋପାଳପୁରଠାରୁ ୨୧୦ କି.ମି. ପୂର୍ବରେ ଅମ୍ଫାନ୍ ଅତିକ୍ରମ କରିବ । ତେବେ ବୁଧବାର ଦିନ ୧୧ଟା ୩୦ ରେ ପାରାଦୀପ ଠାରୁ ୧୧୦ କି.ମି. ପୂର୍ବରେଏହା ଯିବ । ଏଥି ସହ ବାଲେଶ୍ୱରଠାରୁ ଅପରାହ୍ନରେ ୧୭୦ କି.ମି. ଦୂରରେ ଯିବ । ଅମ୍ଫାନ ପୂର୍ବ ନିର୍ଦ୍ଧାରିତ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ । ବୁଧବାର ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଅମ୍ଫାନ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ଜାଗାରେ ପବନ ଘଣ୍ଟାପ୍ରତି ୧୮୦ରୁ ୨୦୦ କିମି ରହିବ । ଏବେ କିନ୍ତୁ ଅମ୍ଫାନ ମହାବାତ୍ୟା ରୂପରେ ସମୁଦ୍ରରେ ବହୁତ ତୀବ୍ର ରହିଛି । ଏବେ ୨୨୦ରୁ ୨୪୦ କି.ମି. ବେଗରେ ସମୁଦ୍ରରେ ପବନ ହେଉଛି । ସେ ଆହୁରି କହିଛନ୍ତି, ବୁଧବାର ୧୦ଟା ପରେ ଓଡ଼ିଶା ଉପକୂଳରେ ୧୧୦ରୁ ୧୨୦ କିମି. ବେଗରେ ପବନ ହେବ । ବୁଲ୍ବୁଲ୍ ଉପକୂଳ ପାଖ ଦେଇ ଯାଇଥିଲା । ଅମ୍ଫାନ୍ ଟିକେ ଦୂର ଦେଇ ଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons