ତିହିଡି,(ବି.ବି.ନୁ୍ୟଜ୍): କାନ୍ଥ ପଡ଼ି ତିନି ମାସର ଶିଶୁ ପୁତ୍ରର ମୃତୁ୍ୟ ଘଟିଥିବା ବେଳେ ତା’ ମା’ ସାମାନ୍ୟ ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଭଦକ୍ର ଜିଲ୍ଲା ତିହିଡି ବ୍ଳକ ଅନ୍ତର୍ଗତ କାମ୍ପଡ଼ା ପଞ୍ଚାୟତର ଦଧିଣପାରି ଗାଁରେ । ମିଳିଥିବା ସୂଚନା ଅନୁସାରେ ଅମ୍ଫାନ୍ ପ୍ରଭାବରେ ମଙ୍ଗଳବାରଠାରୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଦକ୍ଷିଣପାରି ଗାଁର ବଳରାମ ଦାସଙ୍କ ମାଟି ଘର କାନ୍ଥ ରାତିରେ ଭୁଶୁଡ଼ି ପଡିଥିଲା । ଏହି ସମୟରେ ତିନି ମାସର ଶିଶୁ ପୁତ୍ର ତା’ ମା’ ସହିତ ଘରେ ଶୋଇଥିଲା । କାନ୍ଥଟି ଉଭୟ ମା’ ଓ ଛୁଆଙ୍କ ଉପରେ ପଡ଼ିଯାଇଥିଲା । ଶିଶୁପୁତ୍ରର ମୃତୁ୍ୟ ହୋଇଯାଇଥିବା ବେଳେ ତା’ ମା’ ସାମାନ୍ୟ ଆହତ ହୋଇଛନ୍ତି ।
Comments are closed, but trackbacks and pingbacks are open.