ଅଲିମ୍ପିକ୍ସ ପଦକ ଜିତନ୍ତୁ ଭାରତୀୟ ଭାରୋତ୍ତୋଳକ: ରାଜ୍ୟପାଳ

Get real time updates directly on you device, subscribe now.

୍ରହ୍ମପୁର, (ବି.ବି.ନୁ୍ୟଜ୍): ଭାରତ ଏବେ ଉଦୀୟମାନ, ଜାଜ୍ଜୁଲ୍ୟମାନ, ଦୀପ୍ତିମାନ ଓ ଦିବ୍ୟ । ଦେଶର ଯୁବସମାଜ ଏମିତି ଏକ ବଳୟ ଯାହାର ପରିଧି ନାହିଁ, ସୀମାହୀନ ଓ ଅଫୁରନ୍ତ ଶକ୍ତିର ପ୍ରତୀକ ଯୁବ ଗୋÂୀ ଠାରେ ଅପାର ସମ୍ଭାବନା ରହିଛି । ଆଗାମୀ ଅଲିମ୍ପିକ୍ସରେ ଜଣେ ଭାରତୀୟ କିମ୍ବା ଓଡ଼ିଆ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ଜିତିବ । ଏହି ଆଶା ଉପରେ ସମସ୍ତେ ବିଶ୍ୱାସ କରନ୍ତୁ । ଏହି ବିଶ୍ୱାସରେ ଆମର ପଦକ ବିଜେତା ଭାରୋତ୍ତୋଳକମାନେ ଆଗେଇ ଚାଲନ୍ତୁ ବୋଲି ୩୫ତମ ସର୍ବଭାରତୀୟ ଡାକ ଭାରୋତ୍ତୋଳନ, ଶକ୍ତି ଉତ୍ତୋଳନ ଓ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ଉଦ୍ୟାପନୀ ସଭାରେ ଏଭଳି ଆଶାବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ।
ରବିବାର ଅପରାହ୍ଣରେ ହିଲ୍ପାଟଣାସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ୪ଦିନିଆ ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଥିଲେ ରାଜ୍ୟପାଳ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ସମ୍ମାନିତ ଅତିଥି ଥିଲେ । ଓଡ଼ିଶା ମୁଖ୍ୟ ମହାଡାକପାଳ ଡ. ସନ୍ତୋଷ କୁମାର କାମିଲା, ବ୍ରହ୍ମପୁର ଓ ସମ୍ବଲପୁର ମଣ୍ଡଳ ମହାଡାକପାଳ କର୍ଣ୍ଣଲ୍ ଜଳେଶ୍ୱର କହଁର ଓ ଲଳିତେନ୍ଦୁ ପ୍ରଧାନ ମଞ୍ଚାସୀନ ଥିଲେ । ଏହି ଅବସରରେ ‘ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ପଦଚିହ୍ନ ମଧୁମନ୍ଦିର ବ୍ରହ୍ମପୁର’ ଶୀର୍ଷକ ଏକ ଲଫାଫା ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ସମୟରେ ମଧୁମନ୍ଦିରର କେୟାର୍ ଟେକର୍ ରବୀନ୍ଦ୍ରନାଥ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟପାଳ ୩ଟି ଯାକ ଇଭେଣ୍ଟ୍ର ଦଳଗତ ବିଜେତା ଓ ରନର୍ସଅପ୍ ସମେତ ବ୍ୟକ୍ତିଗତ ଚାମ୍ପିଅନ୍ମାନଙ୍କୁ ପୁରସ୍କୃତ କରିଥିଲେ । ଆୟୋଜକଙ୍କ ତରଫରୁ ରାଜ୍ୟପାଳ ଓ ସାଂସଦଙ୍କୁ ଉପଢେ଼øକନ ପ୍ରଦାନ କରାଯାଇ ଥିଲା ।
ଲଫାଫା ଉନ୍ମୋଚନ କରି ରାଜ୍ୟପାଳ କହିଥିଲେ ଯେ, ଦୁନିଆରେ ଯେତେବେଳେ ରକ୍ତର ହୋଲି ଖେଳ ଚାଲିଥିଲା, ମୁସୋଲିନି ଓ ହିଟ୍ଲର୍ଙ୍କ ଭଳି ଏକଛତ୍ରବାଦ ଶାସକଙ୍କ ଜୟଗାନ ଚାଲୁଥିଲା ସେତେବେଳେ ଭାରତ ମାଟିରୁ ସତ୍ୟ, ପ୍ରେମ, କରୁଣା ଓ ଅହିଂସାର ପଞ୍ଚଜନ୍ୟ ବାଜିଥିଲା । ସେତେବେଳେ ମହାତ୍ମା ଗାନ୍ଧୀ ଗ୍ରାମରୁ ସ୍ୱରାଜ୍ୟ ଓ ଭାରତ ଉଦୟର ବାର୍ତ୍ତା ଦେଇଥିଲେ । ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱର ଏକ ବଡ଼ ଦିଗ ଥିଲା ଯେ ସେ ଜନଆନେ୍ଦାଳନରେ ବ୍ୟାପକ ଲୋକଙ୍କୁ ଯୋଡ଼ି ପାରୁଥିଲେ । ସେଥିପାଇଁ ତ ୮୦ ବର୍ଷର ବୃଦ୍ଧ ବୃଦ୍ଧା ମଧ୍ୟ ଘରେ ବସି ଚରଖାରେ ସୁତା କାଟୁଥିଲା ଓ ଭାରତ ସ୍ୱାଧୀନ ହେଉ ବୋଲି କାମନା କରୁଥିଲା । ଭାରତରେ ବୃତ୍ତି ଆଧାରରେ ମାନବ ରଚନା ହୋଇଥିଲା ଯେଉଁଠି ଶ୍ରେଣୀ ବିଭାଜନର କୌଣସି ଚିହ୍ନବର୍ଣ୍ଣ ନଥିଲା । ଉ+ଳର ଅର୍ଥ ହେଉଛି ଯେଉଁଥିରେ ମାନବତାର ହିତ ସନ୍ନହିତ । ତେଣୁ ତ ଏଠି ଜଗତର ନାଥ ବିରାଜିତ । ଏଇ ମାଟି ଚୈତନ୍ୟଙ୍କୁ ଆକର୍ଷିତ କରିଥିଲା, ବୁଦ୍ଧଙ୍କୁ ଏଠାରୁ ଦୁଇ ମହାନ୍ ଶିଷ୍ୟ ମିଳିଥିଲେ, ଶିଖ୍ମାନଙ୍କ ପଞ୍ଚମ ଖାଲ୍ସା ଏଇ ମାଟିର ଥିଲା ଆଉ ଗାନ୍ଧିଜୀଙ୍କ ଆହ୍ୱାନରେ ଦେଶର ସ୍ୱାଧୀନତା ପାଇଁ ୮୫ ଜଣ ବ୍ରିଟିଶ୍ଙ୍କ ଗୁଳି ଖାଇଥିଲେ । ସେ ଆହୁରି କହିଥିଲେ ଯେ- ବିଶ୍ୱର ପ୍ରଥମ ଭାରୋତ୍ତୋଳକ ଥିଲେ ପ୍ରଭୁ ଜଗନ୍ନାଥଙ୍କ ଅନ୍ୟତମ ଅବତାର ପ୍ରଭୁ ଶ୍ରୀକୃଷ୍ଣ ଯେକି ଗୋବର୍ଦ୍ଧନ ପର୍ବତକୁ ଉଠାଇ ପାରିଥିଲେ । ଏଣୁ ଭାରତୀୟ ଭାରୋତ୍ତୋଳକମାନେ ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତନ୍ତୁ ବୋଲି କାମନା କରିଥିଲେ ସେ ।
ବ୍ରହ୍ମପୁର ସାଂସଦ କହିଥିଲେ ଯେ- ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ସୁନାମ ଅର୍ଜନ କରିଛି । ରାଜ୍ୟର ୨ ଜଣ ଅର୍ଜୁନ ପଦକ ବିଜେତା ଭାରୋତ୍ତୋଳକ ହେଉଛନ୍ତି ଏହି ସହରର । ଏଣୁ ପ୍ରଥମ ଥର ଡାକ ବିଭାଗ ଏହି ଖେଳର ଜାତୀୟ ପ୍ରତିଯୋଗିତାରେ ରେଶମ ସହରରେ ଆୟୋଜନ କରିଥିବାରୁ ଧନ୍ୟବାଦର ପାତ୍ର । ପୁଣି ଏଇ ସହରକୁ ଜାତିର ପିତାଙ୍କ ଆଗମନ ମଧ୍ୟ ହୋଇଥିଲା । ଏଣୁ ଏହି ପ୍ରତିଯୋଗିତା ଅବସରରେ ତାଙ୍କ ସ୍ମୃତିରେ ଲଫାଫା ଉନ୍ମୋଚନ ବିଶେଷ ଉଲ୍ଲେଖଯୋଗ୍ୟ ବୋଲି ମତ ଦେଇଥିଲେ ସେ । ସିପିଏମ୍ଜି ଓଡ଼ିଶା ଡାକ ମଣ୍ଡଳର ବ୍ୟବସାୟିକ ସଫଳତା, ସ୍ୱଚ୍ଛତା ଓ ପ୍ଲାଷ୍ଟିକ୍କୁ ନା ଅଭିଯାନରେ ଡାକ ବିଭାଗର ଅବଦାନ, ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ କହିବା ସହ ସର୍ବଭାରତୀୟ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ବ୍ରହ୍ମପୁର ସହରକୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ବେହେରା, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଅଶୋକ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons