୭ କିମି ଦୋଳାରେ ବୁହା ହେଲେ ଅସୁସ୍ଥ ନାବାଳିକା

Get real time updates directly on you device, subscribe now.

ଭଞ୍ଜନଗର, (ବି.ବି.ନୁ୍ୟଜ୍): ଗାଁକୁ ନିତି ଦିନିଆ ରାସ୍ତା ଖଣ୍ଡିଏ ନାହିଁ । ସାମାନ୍ୟ ବର୍ଷା ହେଲେ ଚାଲିକି ଯିବା ମଧ୍ୟ କଷ୍ଟ । ଗାଡ଼ି ମୋଟର ଯାତାୟାତ ସୁବିଧା ନଥିବାରୁ ଜରୁରୀ ପରିସ୍ଥିତିରେ ଅସୁସ୍ଥଙ୍କୁ ଦୋଳାରେ ବୋହିକି ନେବାକୁ ପଡ଼ିଥାଏ । ଏହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୌଡ଼ଗୋଠ ପଞ୍ଚାୟତ ଗୋଚ୍ଛାବାଡ଼ି ଗ୍ରାମବାସୀଙ୍କ ଅବସ୍ଥା । ଦୁଇ ଦିନ ତଳେ ସୁବନ୍ତି ଶବର(୧୫) ଅସୁସ୍ଥ ହୋଇପଡ଼ିଥିଲେ । ଗାଁକୁ ରାସ୍ତା ନଥିବାରୁ ଗାଡ଼ି ମୋଟର ତ ଦୂରର କଥା ଚାଲିକି ଯିବା ବି କଷ୍ଟକର । ବାଧ୍ୟ ହୋଇ ପରିବାର ଲୋକ ୭ କିଲୋମିଟର ଦୋଳାରେ ସୁବନ୍ତିଙ୍କୁ ବୋହିକି ନେଇଥିଲେ । ପରେ ଏକ ଅଟୋ ଯୋଗେ ବଡ଼ଗଡ଼ ଡାକ୍ତରଖାନାକୁ ନିଆଯାଇଛି ।
ଡିଜିଟାଲ ଇଣ୍ଡିଆ ସହ ଗ୍ରାମାଞ୍ଚଳ ବିକାଶ ହେଉଥିବା କୁହାଯାଉଛି । ମାତ୍ର ଆଜି ବି ଅନେକ ଅଞ୍ଚଳରେ ବିକାଶ ଅପହଞ୍ଚ । ସବୁଦିନିଆ ରାସ୍ତା ଅଭାବରୁ ଯମ ଯନ୍ତ୍ରଣା ଭୋଗୁଛନ୍ତି ବଣ ପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ବହୁ ଆଦିବାସୀ । ନା ଏମାନଙ୍କ ପାଇଁ ଅଛି ସବୁଦିନିଆ ରାସ୍ତା ନା ଅଛି ଆବଶ୍ୟକୀୟ ମୌଳିକ ସୁବିଧା । ସାମାନ୍ୟ ଜ୍ୱର ରୋଗ ହେଲେ ଏମାନେ ପାହାଡ ଉପରୁ ତଳକୁ ଆସିଥାନ୍ତି । ଜଙ୍ଗଲ ପାଦଚଲା ରାସ୍ତା ଦେଇ ରୋଗୀଙ୍କୁ ଦୋଳାରେ ବୋହିକି ଡାକ୍ତରଖାନା ନେଇଥାନ୍ତି ।
ଗୌଡ଼ଗୋଠ ପଞ୍ଚାୟତର ଗୋଛାବାଡ଼ି ଗ୍ରାମର ସୁବନ୍ତି ଶବରଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡ଼ିଥିଲା । ଏନେଇ ଦୁଇ ଦିନ ତଳେ ଗ୍ରାମବାସୀଙ୍କ ସହାୟତାରେ ୭ କିମି ପାଦଚଲା ରାସ୍ତାରେ ଦୋଳାରେ ବୋହି ଗ୍ରାମବାସୀ ଆଣିଥିଲେ । ହରଭଙ୍ଗୀ ଛକ ଯାଏଁ ସୁବନ୍ତୀଙ୍କୁ ଆଣିବାପରେ ସେଠାରୁ ଏକ ଅଟୋ ସହାୟତାରେ ବଡଗଡ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଗୁରୁତର ଅବସ୍ଥାରେ ଏବେ ସୁବନ୍ତି ଚିକିିତ୍ସିତ ହେଉଥିବା ଜଣାପଡିଛି । ଗୌଡଗୋଠ ପଞ୍ଚାୟତର ଏବେବି ବହୁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ । ଫଳରେ ଅନେକ ସମୟରେ ଏଭଳି ଅସୁବିଧା ସୃଷ୍ଟି ହେଉଛି । ଉପାନ୍ତ ଆଦିବାସୀ ଗ୍ରାମଗୁଡିକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ତୁରନ୍ତ ଏଠାରେ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons