ସମ୍ବଲପୁର, (ବି.ବି.ନୁ୍ୟଜ): ସମ୍ୱଲପୁର ଲୋକାଲ୍କୁ ଭୋକାଲ୍ କରିବା ଦାୟିତ୍ୱ ଆଇଆଇଏମ ସମ୍ୱଲପୁରର ଛାତ୍ରଛାତ୍ରୀଙ୍କୁ ନେବାକୁ ହେବ । ଆଞ୍ଚଳିକ ଓ ଗ୍ଲୋବାଲ୍ ଉତ୍ପାଦ ମଧରେ ଏହି ଅନୁÂାନ ଏକ ସେତୁ ଭଳି କାମ କରୁ ବୋଲି ଶନିବାର ସମ୍ୱଲପୁର ସହର ଉପକଣ୍ଠ ବସନ୍ତପୁର ଠାରେ ଆଇଆଇଏମ, ସମ୍ୱଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ସମାରୋହରେ ସାମିଲ ହୋଇ ଆଜି ବିଶାଳ କ୍ୟାମ୍ପସ ପାଇଁ ଶୁଭ ଦେଇଛନ୍ତି । ଆଇଆଇଏମ କ୍ୟାମ୍ପସର ଶିଳାନ୍ୟାସ ସହ ଓଡ଼ିଶାର ଯୁବ ସାମର୍ଥ୍ୟକୁ ଶକ୍ତି ଦେବା ଭଳି ଏକ ନବୀନ ଶିଳା ରଖାଯାଇଛି ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ବିଗତ ଦଶକରେ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନି (ଏମଏନସି)ଗୁଡ଼ିକ ଆସିବା ପରେ ଦେଶରେ ବିକାଶର ଏକ ସମୃଦ୍ଧ ଧାରା ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନର ଦଶକ ଭାରତରେ ଏମଏନସି ନିର୍ମାଣର ଏବଂ ଦୁନିଅାଁରେ ଭାରତର ସାମର୍ଥ୍ୟ ଛାଇଯିବାର କାଳଖଣ୍ଡ ଅଟେ । ଦେଶରେ ଗଢ଼ିଉଠିଥିବା ଷ୍ଟାଟର୍୍ଅପ୍ ଗୁଡ଼ିକ ଆଗାମୀ ଦିନର ଏମ୍ଏନ୍ସି ହେବାକୁ ଯାଉଛି । ଦେଶରେ ଛୋଟ ଛୋଟ ସହରରେ ଷ୍ଟାଟର୍୍ଅପ୍ ଗଢ଼ିଉଠିଛି । ଭାରତୀୟ ଯୁବକ ମାନଙ୍କର ଏହି କମ୍ପାନି ଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ଭଲ ମ୍ୟାନେଜର ମାନଙ୍କର ମଧ୍ୟ ଆବଶ୍ୟକତା ରହିଛି । ନୂଆ କ୍ଷେତ୍ର ଓ ନୂଆ ଅନୁଭବ ସହ ମ୍ୟାନେଜମେଣ୍ଟ ବିଶେଷଜ୍ଞମାନେ ଦେଶକୁ ଆଗକୁ ବଢେ଼ଇ ନେବାରେ ବଡ଼ ଭୂମିକା ନେବାକୁ ଯାଉଛନ୍ତି । ବ୍ରାଣ୍ଡ ଇଣ୍ଡିଆକୁ ବିଶ୍ୱସ୍ତରରେ ପରିଚିତ କରାଇବା ଦାୟିତ୍ୱ ଯୁବ ସମାଜ ଉପରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିକାଶ ଦୌଡ଼ରେ ପଛରେ ପଡ଼ିଥିବା ସମସ୍ତଙ୍କୁ ସାଙ୍ଗରେ ନେବା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମ୍ୱଲପୁର ଏକ ବଡ଼ ଏଜୁକେସନ ହବ୍ ହେବାକୁ ଯାଉଛି । ସମ୍ୱଲପୁର ଅଞ୍ଚଳର ସମ୍ୱଲପୁରୀ ହସ୍ତକଳା, କୃଷି, ପ୍ରାକୃତିକ ସମ୍ପଦ ଓ ପର୍ଯ୍ୟଟନ ସୁଯୋଗ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ ଲ୍ୟାବ୍ ଯୋଗାଇ ଦେଉଛି । ସମ୍ୱଲପୁରର ବାନ୍ଧକଳା ସହିତ ଓଡ଼ିଶାର ତାରକସି, ପ୍ରସ୍ତର, କାଠ ଓ କଂସା ପିତ୍ତଳ ହସ୍ତଶିଳ୍ପକୁ ଲୋକାଲରୁ ଭୋକାଲ୍ କରିବା ଦାୟିତ୍ୱ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ନେବାକୁ ହେବ । ସମ୍ୱଲପୁର ଅଞ୍ଚଳ ପ୍ରଚୁର ଖଣିଜ ସମ୍ପଦରେ ଭରି ରହିଥିବା ବେଳେ ଏହାର ସଫଳ ପରିଚାଳନା ପାଇଁ ଏବଂ ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କୁ ନୂତନ ବିଚାର ପାଇଁ କାମ କରିବାକୁ ହେବ । ଏହା ଆତ୍ମନିର୍ଭର ଭାରତ ଅଭିଯାନ ସହିତ ଓଡ଼ିଶାର ବିକାଶକୁ ଗତିଶୀଳ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୧୪ ମସିହାରେ ଦେଶରେ ମାତ୍ର ୧୩ଟି ଆଇଆଇଏମ ଥିବା ବେଳେ ଏବେ ୨୦ଟି ଆଇଆଇଏମ ସହ ଯେଉଁ ଟାଲେଣ୍ଟ ପୁଲ୍ ନିର୍ମାଣ ହୋଇଛି ତାହା ଭାରତର ଆତ୍ମନିର୍ଭରତାକୁ ବ୍ୟାପକ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି । କୋଭିଡ ସଂକଟ ସମୟରେ ଦେଶର ୧୩୦ କୋଟି ଲୋକଙ୍କୁ ସୁରକ୍ଷିତ ରଖିବା ସକାଶେ ଯେଭଳି କାର୍ଯ୍ୟ ହୋଇଛି ତା’ ଉପରେ ଅଧିକ ଗବେଷଣା ହେବା ଆବଶ୍ୟକ ବୋଲି ସେ କହିଛନ୍ତି । କୋଭିଡ ସଂକଟ ସମୟରେ ପିପିଇ କିଟ୍, ଭେଣ୍ଟିଲେଟର ଇତ୍ୟାଦି ଆବଶ୍ୟକତାର ସ୍ଥାୟୀ ସମାଧାନ ହୋଇପାରିବାରେ ମ୍ୟାନେଜମେଣ୍ଟର ବଡ଼ ଭୂମିକା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ବ୍ୟାଙ୍କର ଦୁଆର ମାଡ଼ି ନଥିବା ଦେଶର ୪୦ କୋଟି ଗରିବ ଲୋକଙ୍କ ପାଇଁ ଜନଧନ ଖାତା ଖୋଲାଯିବା ମ୍ୟାନେଜମେଣ୍ଟ ଦକ୍ଷତା ଯୋଗୁଁ ସମ୍ଭବପର ହୋଇପାରିଛି । ମ୍ୟାନେଜମେଣ୍ଟ ଅର୍ଥ କେବଳ ବ୍ୟବସାୟ ନୁହଁ, ଜୀବନକୁ ସମ୍ଭାଳିବା ମଧ୍ୟ ମ୍ୟାନେଜମେଣ୍ଟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ସେ କହିଥିଲେ ଓଡ଼ିଶାର ସୁପୁତ୍ର ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବହୁତ ଭଲ କାମ କରିଛନ୍ତି । ବିଶେଷକରି ରନ୍ଧନ ଗ୍ୟାସ୍ କ୍ଷେତ୍ରରେ ଭାରତ ଯେଉଁଭଳି ସଫଳତା ହାସଲ କରିଛି, ସେଥିପାଇଁ ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ସ୍ୱାଧୀନତାର ପାଖାପାଖି ୧୦ ବର୍ଷ ପରେ ଦେଶକୁ ରନ୍ଧନ ଗ୍ୟାସ୍ ଆସିଥିଲା । କିନ୍ତୁ ଏହାର ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ଏହା ଲକ୍ଜରି ହୋଇ କେବଳ ଧନୀଙ୍କ ମଧ୍ୟରେ ସୀମିତ ରହିଯାଇଥିଲା । ସାଧାରଣ ଲୋକ ଏହାକୁ ପାଇବା ପାଇଁ ବାରମ୍ବାର ଦୌଡ଼ିଥିଲେ କିନ୍ତୁ ପାଇ ନ ଥିଲେ । ୨୦୧୪ ପର୍ଯ୍ୟନ୍ତ ଦେଶର ମାତ୍ର ୫୫ଧ ଏହି ସୁବିଧା ପାଇଥିଲେ । ଅର୍ଥାତ୍ ୬୦ ବର୍ଷ ମଧ୍ୟରେ ମାତ୍ର ୫୫ଧ ଲୋକଙ୍କୁ ଏହା ମିଳିପାରିଥିଲା । କିନ୍ତୁ ଏବେ ୯୮ଧ ଏହାର ସୁଫଳ ପାଉଛନ୍ତି । ଏହାକୁ ୧୦୦ଧରେ ପହଞ୍ଚାଇବାକୁ ହେବ ।
୯୮ଧ ଲୋକଙ୍କୁ ଏଲ୍ପିଜି ସୁବିଧା ଯୋଗାଇବାରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୧୦,୦୦୦ ନୂଆ ବିତରକ ଯୋଡ଼ାଯାଇଥିଲା । ଏହାପରେ ବଟଲିଂ ପ୍ଲାଣ୍ଟ ଚ୍ୟାଲେଞ୍ଜ ସାଜିଥିଲା । ତାହାର ବି ସାମ୍ନା କରିଥିଲୁ । ପୁଣି ପାଇପଲାଇନ ବିକାଶ କରିଥିଲୁ । ଏଥିପାଇଁ ଆମେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲୁ । ଏବେ ବି ଏ ଦିଗରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି । ଏତିକିରେ ସମସ୍ୟା ଟଳି ନ ଥିଲା । ଗରିବ ହିତାଧିକାରୀ ଚିହ୍ନଟ କରିବା ପୁଣି ଏକ ଚ୍ୟାଲେଞ୍ଜ ସାଜିଥିଲା । ଆମେ ଉଜ୍ଜ୍ୱଳା ଯୋଜନା ଶୁଭାରମ୍ଭ କରି ସ୍ୱଚ୍ଛତାର ସହ ସେ ମାଇଲଖୁଣ୍ଟ ବି ସ୍ଥାପନ କଲୁ ।
ସ୍ଥାୟୀ ସମାଧାନ ଖୋଜିବା ଏବଂ ଏହାର ପ୍ରତିକାର କରାଯିବା ଦ୍ୱାରା ଦେଶରେ ଆଜି ମୋଟ ଗ୍ୟାସ୍ ସଂଯୋଗ ସଂଖ୍ୟା ୨୮ କୋଟି ପାର୍ କରିଛି । ୨୦୧୪ରେ ଏହି ସଂଖ୍ୟା ୧୪ କୋଟି ରହିଥିଲା । ୬୦ ବର୍ଷ ମଧ୍ୟରେ ୧୪ କୋଟି ଗ୍ୟାସ୍ ସଂଯୋଗ ହୋଇଥିଲା ବେଳେ ବିଗତ ମାତ୍ର ୬ ବର୍ଷ ମଧ୍ୟରେ ଆମେ ଆଉ ୧୪ କୋଟିରୁ ଅଧିକ ସଂଯୋଗ ଯୋଗାଇ ଦେଇଛୁ । ଏବେ ଲୋକଙ୍କୁ ଗ୍ୟାସ୍ ପାଇଁ ଦୌଡ଼ିବାକୁ ପଡୁନାହିଁ । ଓଡ଼ିଶାରେ ପାଖାପାଖି ୫୦ ଲକ୍ଷ ଗରିବ ପରିବାର ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ସୁବିଧା ପାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆଇଆଇଏମ ସମ୍ୱଲପୁର ନିଦେ୍ର୍ଧଶକ ପ୍ରଫେସର ମହାଦେଓ ଜୟସ୍ୱାଲଙ୍କ ପରିଚାଳନାରେ ଅନୁÂିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରୀଆଲ ନିଶଙ୍କ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ପ୍ରମୁଖ ଭର୍ଚୁଆଲ ମାଧ୍ୟମରେ ବକ୍ତବ୍ୟ ରଖିଥିବା ବେଳେ ଆଇଆଇଏମ ସମ୍ୱଲପୁର ବୋର୍ଡ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଭର୍ଚୁଆଲ ମାଧ୍ୟମରେ ସ୍ୱାଗତ ଭାଷଣ ଦେଇଥିଲେ । କେନ୍ଦ୍ର ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବ ସମାରୋହରେ ଉପସ୍ଥିତ ରହି ବକ୍ତବ୍ୟ ଦେଇଥିଲେ । ସମାରୋହରେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ଚନ୍ଦ୍ର ନାୟକ ମଧ୍ୟ ମଞ୍ଚାସୀନ ଥିଲେ ।
Comments are closed, but trackbacks and pingbacks are open.