ଆଇଏଫ୍ଜିଏଲ୍ କମ୍ପାନୀରେ ଶ୍ରମିକ ଅଶାନ୍ତି

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା କଳୁଙ୍ଗା ଆଇଡିସି ସ୍ଥିତ ଆଇଏଫ୍ଜିଏଲ୍ ରିଫ୍ୟାକ୍ଟୋରିଜ୍ ଲିମିଟେଡରେ ଶ୍ରମିକ ଅଶାନ୍ତି ଦେଖାଦେଇଛି । ଲକ୍ଡାଉନ୍ ସମୟରେ କାମ କରୁଥିବା ଠିକା ଶ୍ରମିକମାନଙ୍କୁ କାରଖାନା କର୍ତ୍ତୃପକ୍ଷ ପୂରା ଦରମା ଦେଉ ନଥିବା ଅଭିଯୋଗ ହୋଇଛି । ଆଉ ସେଥିପାଇଁ ସେମାନେ ଶୁକ୍ରବାରଠାରୁ କାରଖାନା ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଲକ୍ଡାଉନ୍ ସମୟରେ କାମ କରୁଥିବା କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ପ୍ରତିଦିନ ଅତିରକ୍ତ ଭତ୍ତା ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ପହଞ୍ଚô ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ । ଲକ୍ଡାଉନ୍ ସମୟରେ କାମ କରିଥିବା ଶ୍ରମିକମାନଙ୍କୁ ପୂରା ଟଙ୍କା ଦେବା ସହିତ ପ୍ରତିଦିନ କାମ କରୁଥିବା ଶ୍ରମିକଙ୍କୁ ଜଣ ପିଛା ୫୦ ଟଙ୍କା ଭତ୍ତା ଦେବାକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଲକ୍ଡାଉନ୍ ଯୋଗୁ କାମକୁ ଆସିପାରୁ ନଥିବା ଶ୍ରମିକଙ୍କୁ ମଧ୍ୟ କମ୍ପାନୀ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆନେ୍ଦାଳନରତ ଶ୍ରମିକମାନେ ଦାବି କରିଛନ୍ତି ଓ ଧାରଣାରେ ବସିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons