ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତୁ୍ୟ ସଂଖ୍ୟା ୮୩ ରେ ପହଞ୍ଚିଛି ଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ୨, ଗଜପତି ଓ ଅନୁଗୁଳ ଜିଲ୍ଲାର ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲାର ୨ ମୃତକଙ୍କ ବୟସ ଯଥାକ୍ରମେ ୫୭ ଓ ୬୦ ବର୍ଷ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ମୃତକଙ୍କ ବୟସ ୫୬ ଓ ଅନୁଗୁଳ ଜିଲ୍ଲାରେ ମୃତକଙ୍କ ବୟସ ୬୬ ବର୍ଷ ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାର ୬୦ ବର୍ଷୀୟ ବ୍ୟକ୍ତି କିଡନୀଜନିତ ରୋଗରେ ପୀଡିତ ଥିବା ବେଳେ ୫୭ ବର୍ଷୀୟ ବ୍ୟକ୍ତି ମଧୁମେହରେ ପୀଡିତ ଥିଲେ । ଅନୁଗୁଳ ଜିଲ୍ଲାର ୬୬ ବର୍ଷୀୟ ବୃଦ୍ଧ ଟୁ୍ୟମର ଜନିତ ରୋଗରେ ପୀଡିତ ଥିବା ବେଳେ ୫୬ ବର୍ଷୀୟ ଗଜପତି ଜିଲ୍ଲାର ବ୍ୟକ୍ତି ଜରକ ମଧୁମେହ ଓ ହାର୍ଟ ରେଗରେ ପୀଡିତ ଥିଲେ । ରାଜ୍ୟରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୮୩ ଛୁଇଁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ମୃତୁ୍ୟ ସଂଖ୍ୟା ୫୦ ଛୁଇଁଲା । ଏହା ରାଜ୍ୟରେ ସର୍ବାଧିକ ହୋଇଥିବା ବେଳେ ଗଜପତି, ଅନୁଗୁଳ ଜିଲ୍ଲାରେ କରୋନା ଯୋଗୁ ୨ ଜର ଲେଖାଏଁଙ୍କ ମୃତୁ୍ୟ ହୋଇଛି ।
Comments are closed, but trackbacks and pingbacks are open.