ଆଜି ସନ୍ଧ୍ୟା ଦର୍ଶନ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ମଙ୍ଗଳବାର ସନ୍ଧ୍ୟା ଦର୍ଶନ ବା ନବମୀ ଦର୍ଶନ । ଆଡ଼ପମଣ୍ଡପରେ ମିଳିବ ଚଳିତ ବର୍ଷର ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନ୍ତିମ ଦର୍ଶନ । ବାହୁଡ଼ା ଯାତ୍ରା ପୂର୍ବଦିନ ଗୁଣ୍ଡିଚାଘରେ ଠାକୁରଙ୍କ ଦର୍ଶନ କଲେ ମହାପୂଣ୍ୟ ହୋଇଥାଏ । ଭକ୍ତଙ୍କ ପାଇଁ ଉପଲବ୍ଧ ହେବ ଶେଷ ଆଡ଼ପ ଅବଢା । ସକାଳ ୮ଟାରେ ପ୍ରଥମ ଭୋଗମଣ୍ଡପ ସରିଲେ ଶ୍ରଦ୍ଧାଳୁମାନଙ୍କୁ ଏହି ସୌଭାଗ୍ୟ ମିଳିବ । ଶ୍ରଦ୍ଧାଳୁମାନେ ଦର୍ଶନ ସହ ଦୀପ ଜାଳି ବ୍ରାହ୍ମଣଙ୍କୁ ମହାପ୍ରସାଦରେ ଆପ୍ୟାୟିତ କରିଥାନ୍ତି ।
ଏହି ପରମ୍ପରା କାହିଁ କେତେ କାଳରୁ ଚାଲିଆସୁଛି । ସନ୍ଧ୍ୟା ଦର୍ଶନର ମହାନତା ବିଭିନ୍ନ ଶାସ୍ତ୍ରରେ ରହିଛି । ‘ନୀଳାଦ୍ରୌ ଶତବର୍ଷାଣି ଆଡ଼ପ ମଣ୍ଡପେ ଦିନେ’ । ନୀଳାଚଳରେ ୧୦୦ ବର୍ଷ ଶ୍ରୀବିଗ୍ରହଙ୍କ ଦର୍ଶନରେ ଶ୍ରଦ୍ଧାଳୁ ଯେଉଁ ପୂଣ୍ୟ ଫଳ ପାଏ ଆଡ଼ପମଣ୍ଡପ ଦର୍ଶନରେ ଗୋଟିଏ ଦିନରେ ତାହା ପ୍ରାପ୍ତି ହୋଇଥାଏ । ରାତି୍ରକାଳୀନ ଦର୍ଶନରେ ତାହାର ୧୦ଗୁଣ ଫଳ ମିଳିଥାଏ । ଗୁଣ୍ଡିଚାଘରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ନିଳାଦ୍ରୀ ମହୋଦୟରେ ଏହା ଉଲ୍ଲେଖ ରହିଛି । ମଙ୍ଗଳବାର ନବମୀ (ସନ୍ଧ୍ୟା) ଦର୍ଶନ ଅବସରରେ ଗୁଣ୍ଡିଚା ଘରେ ମିଳିବ ଏହି ସୌଭାଗ୍ୟ ।
ପରଦିନ ବାହୁଡ଼ା ଯାତ୍ରା ଥିବାରୁ ଠାକୁରଙ୍କ ନୀତି ତ୍ୱରାନ୍ୱିତ ହେବ । ରାତି ୮ଟାରେ ଗୁଣ୍ଡିଚାଘର ଭିତରଶୋଧ କରାଯିବ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସନ୍ଧ୍ୟା ଦର୍ଶନର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ରାତି ୨ଟାରେ ଠାକୁରଙ୍କ ଦ୍ୱାର ଫିଟି ମଙ୍ଗଳ ଆଳତୀ ହେବ ୨ଟା୩୦ମିନିଟ୍ରେ । ପରେ ମଇଲମ-ତଡପଲାଗି ୩ଟାରେ, ଅବକାଶ ୪ଟାରେ, ରୋଷହୋମ ୪ଟା୧୫ମିନିଟ୍ରେ, ସୂର୍ଯ୍ୟପୂଜା ୪ଟା୩୦ମିନିଟ୍ରେ, ଦ୍ୱାରପାଳ ପୂଜା ୪ଟା୪୫ମିନିଟ୍ରେ ବଢି ବେଶ ଶେଷ ହେବ ୫ଟାରେ । ଗୋପାଳବଲ୍ଲଭ ନୀତି ସାଢେ୫ଟାରେ ହୋଇ ସକାଳଧୂପ ଅନୁÂିତ ହେବ ସକାଳ ୬ଟାରୁ ୭ଟା ମଧ୍ୟରେ । ଭୋଗମଣ୍ଡପ ନୀତି ପାଇଁ ସକାଳ ୬ଟା୩୦ମିନିଟ୍ରୁ ୮ଟା ଭିତରେ ଧାର୍ଯ୍ୟ ହୋଇଛି । ଏହା ପରେ ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ ଶେଷ ଆଡ଼ପ ଅନ୍ନ ମହାପ୍ରସାଦ ।
ମଇଲମ ୮ଟା୧୫ମିନିଟ୍ରେ, ଯାତ୍ରାଙ୍ଗୀ ମହାସ୍ନାନ ୯ଟା ଓ ସର୍ବାଙ୍ଗ ୯ଟା୩୦ମିନିଟ୍ ବଢି ୧୦ଟା୧୫ମିନିଟ୍ରେ ଠାକୁରଙ୍କ ନୂଆଲାଗି ବେଶ ଅନୁÂିତ ହେବ । ମଧ୍ୟାହ୍ନଧୂପ ଅନୁÂିତ ହେବ ୧୧ଟାରୁ ୧୨ଟା ମଧ୍ୟରେ । ଦ୍ୱିତୀୟ ଭୋଗମଣ୍ଡପ ୧୧ଟା୧୫ମିନିଟ୍ରୁ ସାଢେ୧ଟା ମଧ୍ୟରେ, ମଇଲମ ଓ ବେଶ ୧ଟା୧୫ରୁ ୨ଟା ମଧ୍ୟରେ ଅନୁÂିତ ହେବ । ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଅପରାହ୍ନ ୨ଟା୧୦ମିନିଟ୍ରେ ହୋଇ ସନ୍ଧ୍ୟାଧୂପ ଉଠିବ ୨ଟା୪୦ମିନିଟ୍ରୁ ଅପରାହ୍ନ ୪ଟା ମଧ୍ୟରେ । ଆବଶ୍ୟକ ହେଲେ ତୃତୀୟ ଭୋଗମଣ୍ଡପ ୨ଟା୫୦ମିନିଟ୍ରୁ ୪ଟା୫୦ ମିନିଟ୍ ମଧ୍ୟରେ ଅନୁÂିତ ହେବ । ସାଢେ ୪ଟାରେ ରାହାସକୁ ଦିଅଁ ବିଜେ ହେବେ । ପରେ ମଇଲମ ହୋଇ ଚନ୍ଦନଲାଗି ବଢିବ ୫ଟା୨୦ ମିନିଟ୍ରେ । ସନ୍ଧ୍ୟା ୬ଟାରେ ବଡ଼ସିଂହାର ବେଶ ଓ ସାଢେ ୬ଟାରେ ବଡ଼ସିଂହାର ଭୋଗ ଅନୁÂିତ ହୋଇ ସନ୍ଧ୍ୟା ୭ଟାରେ ପହୁଡ଼ ଆଳତି ହେବ ।
ସନ୍ଧ୍ୟା ୭ଟା୧୫ ମିନିଟ୍ରେ ପୁଷ୍ପାଳକମାନେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ବାହାରକୁ ଯିବେ । ପରେ ଦଇତାପତିମାନେ ଠାକୁରଙ୍କ ଗୁପ୍ତନୀତି କରିବେ । ୭ଟା୩୦ରେ ବାହୁଟ କଣ୍ଟ ନୀତି ଅନୁÂିତ ହେବ । ପରେ କୋଠସୁଆଁସିଆମାନେ ସିଂହାସନଠାରେ ଚାରମାଳ ବାନ୍ଧିବେ । ରାତ୍ର ୭ଟା୪୦ମିନିଟ୍ରୁ ରାତି ୧୧ଟା ଭିତରେ ଚାରମାଳ ବନ୍ଧା ହେବ । ପରେ ରାତି ୧୧ଟାରୁଭୋର ୪ଟା ମଧ୍ୟରେ କୁସୁମିଲାଗି ନୀତି ଅନୁÂିତ ହେବ । ସନ୍ଧ୍ୟା ଦର୍ଶନରେ ଠାକୁରଙ୍କ ନୀତି ଶୃଙ୍ଖଳା ପାଇଁ ପ୍ରଶାସକ ଓ ସେବକଙ୍କ ଭିତରେ ଆଲୋଚନା ହୋଇଛି । କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ରହିବ ନାହିଁ । ଏଣୁ ଠାକୁରଙ୍କ ନୀତି ସଅଳ ହୋଇ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆଗେଇବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons