ଆଠଗଡ଼ ଏସ୍ଡିପିଓ କରୋନା ପଜିଟିଭ୍

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ବଡମ୍ବା ଥାନା ଅଧିକାରୀ କରୋନା ଆକ୍ରାନ୍ତ ହେବାର ଦୁଇଦିନ ପରେ ଆଜି ଆଠଗଡ଼ ଏସ୍ଡିପିଓଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ସମେତ ବଡମ୍ବା ଥାନାର ଦୁଇ ଜଣ ଏସ୍ଆଇ, ଦୁଇଜଣ ଏଏସ୍ଆଇ ଏବଂ ଜଣେ କନଷ୍ଟେବଳ ମଧ୍ୟ କରୋନା ଜାଲରେ ପଡିଛନ୍ତି । ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଅନ୍ୟପକ୍ଷରେ ବଡମ୍ବା ଥାନା ଅଧିକାରୀଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ଗତକିଛି ଦିନ ଧରି ଥାନା ଅଧିକାରୀ ଓ ତାଙ୍କ ପତ୍ନୀ ସିଡିଏ ସେକ୍ଟର-୯ରେ ରହୁଥିଲେ । ତେବେ ଥାନା ଅଧିକାରୀ ଆକ୍ରାନ୍ତ ହେବା ପରେ ସେକ୍ଟର-୯ର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୯ଜଣଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ଥାନା ଅଧିକାରୀଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କୁ ମଧ୍ୟ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ପହରଦିନ ବଡମ୍ବା ଥାନା ଅଧିକାରୀଙ୍କ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀ ଓ ବ୍ୟକ୍ତିମାନଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିଲା । ପ୍ରାୟ ୫୦ ସ୍ୱାବ୍ ମଧ୍ୟରୁ ଆଜି ୬ଜଣଙ୍କ ପଜିଟିଭ୍ ଆସିଛି । ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିର ବଡମ୍ବା ଟାଉନ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହା ଆଜି ପୂର୍ବାହ୍ନ ୧୦ ଟାରୁ ଆରମ୍ଭ ହୋଇ ଗୁରୁବାର ପୂର୍ବାହ୍ନ ୧୦ ଟା ଯାଏଁ ବଳବତ୍ତର ରହିବ । ଏହି ୩ ଦିନ ଡାକ୍ତରୀ ଏବଂ ପାରା ମେଡିକାଲ୍ ଟିମ୍ ଦୁଇଟି ଗ୍ରୁପରେ ବିଭକ୍ତ ହୋଇ କଣ୍ଟେନମେଣ୍ଟ ଜୋନ୍ରେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ୍ କାର୍ଯ୍ୟ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons