ପାତ୍ରପୁର,(ବି.ବି.ନ୍ୟୁଜ୍): ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ କେତେକ ଆନ୍ଧ୍ର ବେପାରୀ ପହଞ୍ଚି ସେଠାକାର ଜମି ସମତଳ କରୁଥିବା ସମୟରେ ଆଦିବାସୀମାନେ ତୀବ୍ର ବିରୋଧ କରିଛନ୍ତି । ଆଦିବାସୀଙ୍କ ଜମି ଜବରଦଖଲ କରିଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରାୟ ୨୦ ବର୍ଷ ପୂର୍ବେ ପାତ୍ରପୁର ବ୍ଲକ ତରଫରୁ ମାତା ଯୋଜନାରେ ଆଙ୍କୁଲି ପଞ୍ଚାୟତର ୨୨ ପରିବାରକୁ ପ୍ରଶାସନ ୬୬ ଏକର ଜମି ଦେଇଥିଲେ । ଏମାନଙ୍କ ମଧ୍ୟରୁ ରଘୁବହ୍ଲବ ଗ୍ରାମର ମୁକୁନ୍ଦ ବଡ଼ମୁଣ୍ଡି, ମାଲେଶୁ ବଡ଼ମୁଣ୍ଡି, ବାଙ୍କ ବଡ଼ମୁଣ୍ଡି, ନରିଆ ବଡ଼ମୁଣ୍ଡି ଓ ଶୁକ୍ରୁ ବିଷୋୟୀ, କରଡ଼ାବାନି ଗ୍ରାମର ଟାଙ୍ଗୁରୁ ବେହେରା, ଲାଲୁ ଗମାଙ୍ଗ, ମୁଗି ବେହେରା ଓ ରାମ ବେହେରା, ଯୁବା ସାହିର ବିରୁଷ ବେହେରା, ଜଳିଅରର ବାଙ୍କ ବଡ଼ମୁଣ୍ଡି ଏବଂ ଧାନବାଡ଼ର ତାରିଣୀ ପ୍ରଧାନ ପ୍ରମୁଖ ଜମି ପାଇଥିଲେ । ଜମି ପାଇବା ପରେ ଏହି ଜାଗାରେ ଆଦିବାସୀମାନେ ଗଛ ଲଗାଇଥିଲେ । ସେମାନଙ୍କୁ ପ;ା ଏଯାଏଁ ଦିଆଯାଇନାହିଁ । ଜାଗାଗୁଡ଼ିକ ମନ୍ଦରଡ଼ା ଗ୍ରାମର ଅନ୍ୟ ବ୍ୟକ୍ତିଙ୍କ ନାମରେ ପ;ା ହୋଇଯାଇଛି । ସେହି ପ;ାରେ ଦଶ ବର୍ଷ ପର୍ଯ୍ୟନ୍ତ ତାକୁ ହସ୍ତାନ୍ତର ଯୋଗ୍ୟ ହୋଇନପାରିବା ନେଇ ଉଲ୍ଲେଖ ରହିଥିଲା । ବର୍ତ୍ତମାନ ଉକ୍ତ ଜାଗାକୁ ସମ୍ପୃକ୍ତ ବ୍ୟକ୍ତିମାନେ ଆନ୍ଧ୍ରର କିଛି ବେପାରୀଙ୍କୁ ବିକ୍ରି କରିଦେବା ପରେ ଜମି ସମତଳ କରିଛନ୍ତି । ସେମାନଙ୍କ ଜମିରେ ଅନୁପ୍ରବେଶ ଦେଖି ଆଦିବାସୀମାନେ ଏହାକୁ ବିରୋଧ କରି ଖାରିଆଗୁଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ସମସ୍ତଙ୍କୁ ଫାଣ୍ଡିକୁ ଡକାଇଛି ।
Comments are closed, but trackbacks and pingbacks are open.