ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ-ନକ୍ସଲ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟ ଏବେ ସୁଦ୍ଧା ଚାଲିଛି। ମାତ୍ର ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ି ନାହିଁ। ମାଲକାନଗିରି ଜୁମଡାଙ୍ଗରେ ନକ୍ସଲଙ୍କ ଗତିବିଧି ଥିବା ଜଣାପଡ଼ିଥିଲା। ଏହା ପରେ ଗତକାଲି ରାତିରେ ପୁଲିସ ଓ ଯବାନମାନେ ଉକ୍ତ ଅଞ୍ଚଳକୁ ଯାଇଥିଲେ। ଏ ସମ୍ପର୍କରେ ନକ୍ସଲମାନେ ଜାଣିପାରି ପୁଲିସ ଉପରେ ଗୁଳି କରିଥିଲେ। ଏହାର ପାଲଟା ଜବାବ ଦେଇଥିଲା ପୁଲିସ। ଦୀର୍ଘ ସମୟ ଧରି ଏହି ଗୁଳି ବିନିମୟ ଚାଲିଥିଲା। ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଗୁଳି ବିନିମୟ ଚାଲିଥିବା ଜଣାପଡ଼ିଛି।
ଏହା ପୂର୍ବରୁ ଅର୍ଥାତ ଗତକାଲି ବିଚ୍ଛିନ୍ନାଞ୍ଚଳର ମୁକୁଡ଼ପାଲ୍ଲୀ ଓ ଗୋରାସେତୁରୁ ବିପୁଳ ପରିମାଣର ମାରଣା ଅସ୍ତ୍ର ଜବତ କରାଯାଇଥିଲା। ଏହାଛଡ଼ା ନକ୍ସଲଙ୍କ ପରିଚୟ ପତ୍ର, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କ୍ଲମର ମାଇନ, ଗୋଟିଏ ଅକ୍ସିଜେନ ସିଲିଣ୍ଡର, ୮ଟି ଡିଟୋନେଟର, କଡେସ୍କ ତାର ପରି ଅନେକ ସାମଗ୍ରୀ ଜବତ କରିଥିଲେ।
Comments are closed, but trackbacks and pingbacks are open.