ଭୁବନେଶ୍ୱର, (ବି.ବି.ବୁ୍ୟରୋ): କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ଘଟଣାରେ ଓଡ଼ିଶା ସରକାର ଆଜି (ବୁଧବାର) ସୁପ୍ରିମକୋର୍ଟ କବାଟ ବାଡେ଼ଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଧଶକୁ ବେଖାତିର କରାଯାଇଛି ଦର୍ଶାଇ ଆନ୍ଧ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ।
କୋଟିଆ ଗ୍ରାମପୁଞ୍ଜ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଦେ୍ର୍ଧଶ ଦେଇଥିଲେ । ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାର ଏ ବାବଦରେ କୋର୍ଟଙ୍କୁ ଅଣ୍ଡର୍ଟେକିଂ ଲେଖି ଦେଇଥିଲେ । ଏହାକୁ ଉଲ୍ଲଂଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ବୋଲି ଦର୍ଶାଇ ପଞ୍ଚାୟତ ନିର୍ବାଚନ କରୁଛନ୍ତି ।
ଆନ୍ଧ୍ରର ଏପରି ଏକଚାଟିଆ ଆଚରଣ ସଂଘୀୟ ବ୍ୟବସ୍ଥାର ବିରୋଧାଚରଣ କରିବା ସହ କୋର୍ଟଙ୍କ ଅବମାନନା ବୋଲି ଓଡ଼ିଶା ସରକାର ତାଙ୍କ ପିଟିସନ୍ରେ ଦର୍ଶାଇଛନ୍ତି । ଏ ଅପରାଧ ପାଇଁ ଆନ୍ଧ୍ର ମୁଖ୍ୟ ଶାସନ ସଚିବ, ଆନ୍ଧ୍ର ରାଜ୍ୟ ନିର୍ବାଚନ କମିସନର୍ ଏବଂ ବିଜୟନଗରମ୍ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁÂାନ ନେବାକୁ ପ୍ରାର୍ଥନା କରିଛନ୍ତି ।
ପିଟିସନ୍ରେ ଓଡ଼ିଶା ସରକାର ଦର୍ଶାଇଛନ୍ତି, ୫୩ ବର୍ଷ ତଳେ ଓଡ଼ିଶା ସରକାର କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ । କୋରାପୁଟ ଜିଲ୍ଲାର ୨୧ଟି କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର । କିନ୍ତୁ ଆନ୍ଧ୍ର ସରକାର ଏ ଗ୍ରାମପୁଞ୍ଜ ଉପରେ ନିଜ ହକ୍ ଜାହିର କରିବାକୁ ଉଦ୍ୟମ କରିଆସୁଛନ୍ତି । ଏହାକୁ ନେଇ ଓଡ଼ିଶା ସରକାର ୧୯୬୮ ମସିହାରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ ।
ମାମଲା ସମାଧାନ ନ ହେବା ପର୍ଯ୍ୟନ୍ତ କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ସେତେବେଳେ ନିଦେ୍ର୍ଧଶ ଦେଇଥିଲେ । ୨୦୦୬ ମସିହାରେ ବୈଷୟିକ (ଟେକ୍ନିକାଲ) ତ୍ରୁଟି ଦେଖାଇ କୋର୍ଟ ଏ ମାମଲାକୁ ରଦ୍ଧ କରିଥିଲେ ସତ, କିନ୍ତୁ ସମାଧାନ ନ ହେବା ଯାଏ ସ୍ଥିତାବସ୍ଥା ବଜାୟ ରଖିବାକୁ ଉଭୟ ରାଜ୍ୟକୁ ନିଦେ୍ର୍ଧଶ ଦେଇଥିଲେ । କେନ୍ଦ୍ର ସରକାର ଏ ବିବାଦର ସମାଧନ କରିବେ ବୋଲି କୋର୍ଟ ସୂଚାଇ ଦେଇଥିଲେ ।
ସର୍ବୋଚ୍ଚ ନ୍ୟାୟାଳୟର ନିଦେ୍ର୍ଧଶ ପରେ ବି ଆନ୍ଧ୍ର ସରକାର ସମୟ ସମୟରେ କୋଟିଆରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ମୋଟାମୋଟି ଭାବେ ଅଦାଲତଙ୍କ ନିଦେ୍ର୍ଧଶକୁ ସମ୍ମାନ ଦେଇ ଆସୁଥିଲେ ।
ହଠାତ ୨୦୨୦ ମାର୍ଚ୍ଚ ମାସରେ ଭିଜୟନଗରମ୍ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କଲେ ଯେ ଜିଲ୍ଲାର ସାଲୁର ମଣ୍ଡଳରେ ପଞ୍ଚାୟତ ନିର୍ବାଚନ ହେବ । କୋଟିଆର ତିନିଟି ଗ୍ରାମ ନାମ ବଦଳାଇ ତିନିଟି ପଞ୍ଚାୟତ ଭାବେ ଘୋଷଣା କରାଗଲା । ଏଗୁଡ଼ିକ ସାଲୁର ମଣ୍ଡଳର ବୋଲି ଦର୍ଶାଗଲା । ୨୧ଟି ଯାକ ଗ୍ରାମପୁଞ୍ଜ କୋଟିଆ ଗ୍ରାମପଞ୍ଚାୟତ ଅଧିନରେ ରହିଛି । ଗଞ୍ଜାଇପଦର ଗ୍ରାମକୁ ଗଞ୍ଜାଇବଦ୍ର, ଫାଟୁସେନାରି ଗାଁକୁ ଫାଟୁଚେନୁରୁ ଓ ଫାଗୁସେନୁରୁକୁ ଫାଗୁଲୁଚେନ୍ନୁରୁ ନାମକରଣ କରାଯାଇ ନିର୍ବାଚନ ବିଜ୍ଞପତି ପ୍ରକାଶ କରାଗଲା ।
ପିଟିସନ୍ରେ କୁହାଯାଇଛି, ଆନ୍ଧ୍ର ସରକାର ଏସବୁ କାର୍ଯ୍ୟକଳାପ ଲୁଚାଛପା ଭାବେ କରିଥିଲେ । ଓଡ଼ିଶା ସରକାର ସେତେବେଳେ ଜାଣିଲେ ଯେତେବେଳେ ପ;ାଙ୍ଗୀ ତହସିଲଦାର ନିକଟରେ ପରିଦର୍ଶନରେ ସେଠାକୁ ଯାଇଥିଲେ । ପ୍ରତିଟି ନିର୍ବାଚନରେ ଏହି ତିନିଟି ଗ୍ରାମବାସୀ ଓଡ଼ିଶା ନିର୍ବାଚନରେ ଭାଗ ନେଇ ଆସୁଛନ୍ତି । ତିନିଟିଯାକ ଗ୍ରାମରେ ଏବେ ଓଡ଼ିଶାର ନିର୍ବାଚିତ ସରପଞ୍ଚ ଅଛନ୍ତି ।
କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସମସ୍ତ ରେକର୍ଡରେ କୋଟିଆର ୨୧ଟି ଯାକ ଗ୍ରାମ ଓଡ଼ିଶା ବୋଲି କୁହାଯାଇଛି । ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରସ୍ତୁତ ଭୋଟର ତାଲିକାରେ ଏ ସମସ୍ତ ଗ୍ରାମର ଲୋକେ କୋରାପୁଟ ସଂସଦୀୟ କ୍ଷେତ୍ରର ବୋଲି କୁହାଯାଇଛି । ଲୋକେ ବି ଭୋଟ ଦେଇ ଆସୁଛନ୍ତି । ଗତ ୨୦୧୧ ଜନଗଣନାରେ କୋଟିଆର ୨୧ ଗାଁ ଜନସଂଖ୍ୟା ଓଡ଼ିଶାର ବୋଲି ଦର୍ଶାଯାଇଛି ।
ଏ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାର ନିୟମିତ ଉଦ୍ୟମ ଜାରି ରଖିଛନ୍ତି । ପଞ୍ଚାୟତ ଅଫିସ, ପୁଲିସ ଥାନା, ସ୍କୁଲ, ରାସ୍ତା ସବୁକିଛି ନିର୍ମାଣ କରିଛନ୍ତି । ଓଡ଼ିଶା ସରକାରଙ୍କ ସବୁ ପ୍ରକାର ଯୋଜନାରୁ ଅଞ୍ଚଳବାସୀଙ୍କୁ ସୁବିଧା ଯୋଗାଇ ଦିଆଯାଉଛି । ହଠାତ୍ ଏବେ ଆନ୍ଧ୍ରର ଏ ପ୍ରକାର ପଦକ୍ଷେପରୁ ସ୍ପଷ୍ଟ ହେଉଛି ଯେ ୩ଯି ଗ୍ରାମକୁ ଆନ୍ଧ୍ର ରାଜନୈତିକ ଅନ୍ତର୍ଭୁକ୍ତିକରଣ ବାଟରେ ଛଡ଼ାଇ ନେବାକୁ ଷଡ଼୍ୟନ୍ତ୍ର କରୁଛି ।
ଏ ପ୍ରକାର ସ୍ୱେଚ୍ଛଚାରିତା ଅଦାଲତଙ୍କ ଅବମାମନା ବୋଲି ଦର୍ଶାଇ ଓଡ଼ିଶା ସରକାର ମାମଲା କରିଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋଟର ବରିÂ ଆଇନଜୀବୀ ଶିବଶଙ୍କର ମିଶ୍ର ପିଟିସନ ଦାୟର କରଛନ୍ତି ।


Comments are closed, but trackbacks and pingbacks are open.