ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେନି ଲୋକେ, ୨ କିଲୋ ମିଟର ଚାଲିଲେ ଗର୍ଭବତୀ

Get real time updates directly on you device, subscribe now.

ନୀଳଗିରି: ଦାଉ ସାଜିଛି ଲକ୍‌ଡାଉନ। ଅସହ୍ୟ ଯନ୍ତ୍ରଣା। ୨ କିଲୋ ମିଟର ପାଦରେ ଚାଲି ଚାଲି ଗଲେ ଗର୍ଭବତୀ ମହିଳା। କରୋନା ଓ ଲକଡାଉନ୍ ପରେ ଏବେ ଅତ୍ୟାବଶ୍ୟକ ସେବାକୁ ନେଇ ବିଭିନ୍ନ ଆଡୁ ସାଂଘାତିକ ଚିତ୍ର ସାମ୍ନାକୁ ଆସୁଛି। କେଉଁଠି ଅଞ୍ଚଳରେ କରୋନା ଚିହ୍ନଟ ପରେ ଅଞ୍ଚଳକୁ ଆମ୍ବୂଲାନ୍ସ ଆସୁନି, ତ ଅନ୍ୟ କେଉଁଠି ଜିଲ୍ଲା ରେଡ଼ ଜୋନ ଥିବାରୁ ପଡୋଶୀ ଜିଲ୍ଲାକୁ ଆମ୍ବୁଲାନ୍ସ ଛଡି ଦିଆଯାଉନି। ମୟୂରଭଞ୍ଜ ଜିଲ୍ଲାରୁଏକ କଷ୍ଟ ଦାୟକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳା ୨ କିମି ପାଦରେ ଚାଲି ଚାଲି ଆସିବା ପରେ ରାସ୍ତାରେ ଘେରା ହୋଇଥିବା ବାଉଁଶର ବାଡ଼କୁ ଡେଇଁ ଆସି ପରେ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ପହିଁଞ୍ଚିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ବଇଁଚା ଅଞ୍ଚଳର।
ମୟୁରଭଞ୍ଜ ଜିଲ୍ଲା ସାଇଁକୁଲା ନିକଟ ଭାନୁପୁର ଅଞ୍ଚଳର ଗର୍ଭବତୀ ମହିଳା ଗାୟତ୍ରୀ ରଣାଙ୍କୁ ଲକ୍‌ଡାଉନ୍ ଦେଇଛି ଯନ୍ତ୍ରଣା। ସଂପୃକ୍ତ ମହିଳାଙ୍କୁ ନୀଳଗିରି ଡାକ୍ତର ୨୩ ତାରିଖ ପର୍ୟ୍ୟନ୍ତ ସମୟ ଧାର୍ୟ୍ୟ କରିଥିଲେ। ହଠାତ୍ ସଂପୃକ୍ତ ମହିଳାଙ୍କ ଗୋଡ଼ ଫୁଲି ଯାଇଥିଲା। ଗର୍ଭବତୀଙ୍କ ବାପଘର ନୀଳଗିରି ଅଞ୍ଚଳରେ ହୋଇଥିବାରୁ ତାଙ୍କ ବାପା ସେଠାକାର ଆଶାକର୍ମୀଙ୍କ ସହ ଏକ ଘରୋଇ ଆମ୍ବୁଲାନ୍ସରେ ଝିଅକୁ ଆଣିବା ଲାଗି ଯାଇଥିଲେ। ହେଲେ ସେଠାରେ ବାଉଁଶବାଡ଼ ଘେରା ଯାଇଥିବାରୁ ଲୋକେ ଆମ୍ବୁଲାନ୍ସ କୁ ବାଡ଼ ଉଠାଇ ଯିବାକୁ ଦେଇ ନଥିଲେ। ଫଳରେ ଶ୍ବଶୁର ଘର ଲୋକେ ୨ କିମି ପାଖାପାଖି ବୋହୂକୁ ପାଦରେ ଚଲାଇ ଚଲାଇ ଆଣି ଆମ୍ବୁଲାନ୍ସରେ ଛାଡିଥିଲେ। ପରେ ସେ ନୀଳଗିରି ମେଡିକାଲରେ ପହଞ୍ଚି ଚିକିିତ୍ସା ହେଉଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons