
ଜଳେଶ୍ଵର: ବାଲି ମାଫିଆଙ୍କ ବର୍ବର କାଣ୍ଡ । ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ଚେକିଂ କରୁଥିବା ରାଜସ୍ୱ ନିରୀକ୍ଷକଙ୍କ ଉପରେ ଡମ୍ପର ଚଢାଇ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକ । ସୂଚନା ମୁତାବକ ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଛକ ଠାରେ ଜଳେଶ୍ୱର ଅତିରିକ୍ତ ତହସିଲଦାର ଏବଂ ରାଜସ୍ୱ ନିରକ୍ଷକ ଦିଲ୍ଲୀପ ଚାନ୍ଦ ପଶ୍ଚିମବଙ୍ କୁ ଚୋରା ବାଲି ଚାଲାଣ ହେଉଥିବା ଗାଡି ମାନଙ୍କୁ ଯାଞ୍ଚ କରିଥିଲେ। OD01 AJ 5113 ନମ୍ବର ଥିବା ଏକ ଡ଼ମ୍ଫର ବାଲି ବୋଝେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଯାଞ୍ଚ ପାଇଁ ଗାଡିଟିକୁ ଅଟକାଇବା ହାତ ମାରିଥିଲେ। ମାତ୍ର ଗାଡି ନ ଅଟକାଇ ଗାଡି ଚଢ଼େଇ ହତ୍ୟା ପାଇଁ ଉଦ୍ୟମ କରିଥିଲେ। ତେବେ ସୌଭାଗ୍ୟ ବଶତଃ ଅତିରିକ୍ତ ତହସିଲଦାର ବର୍ତ୍ତି ଯାଇଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କ ଡାହାଣ ଗୋଡ଼ ଉପରେ ଗାଡି ମାଡ଼ି ଯାଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ରାଜସ୍ୱ ନିରୀକ୍ଷକ ଅଧିକାରୀଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଗାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛି।
Comments are closed, but trackbacks and pingbacks are open.